ନୂଆପଡ଼ା, ୩୦/୯ (ପଶ୍ଚିମ ଓଡିଶା ବାର୍ତ୍ତା): ସହଜ ଓ ସୁବିଧାରେ ଉଚ୍ଚ କୋଟୀର ଶିକ୍ଷା ପ୍ରଦାନ ନିମନ୍ତେ ସରକାରଙ୍କ ଦ୍ଵାରା ଗଢି ଉଠିଥିବା ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ କେଶରାଜପୁର ଠାରେ ପ୍ରିନ୍ସିପାଲ ଚିତ୍ତରଞ୍ଜନ ମଟାରିଙ୍କ ଅଧ୍ୟକ୍ଷତାରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଉପରେ ଉଭୟ ଶିକ୍ଷକ ଏବଂ ଅଭିଭାବକ ଆଲୋଚନା ମାଧ୍ୟମରେ ଉପସ୍ଥାପନ କରିଥିଲେ ।ବିଦ୍ୟାଳୟର ଉତ୍ତୀର୍ଣ୍ଣ ହାର ପ୍ରତିବର୍ଷ ଠିକ୍ ରହୁଛି ।ପ୍ରତ୍ୟେକ ପାଠ୍ୟ ବିଷୟରେ ବିଷୟ ଅନୁସାରେ ଶିକ୍ଷକ ସେମାନଙ୍କ ଶିକ୍ଷାଦାନ ଓ ଛାତ୍ର ଛାତ୍ରୀ କିଏ କେତେ ପରିମାଣରେ ଗ୍ରହଣ କରିପାରୁଛି ତା'ରି ଉପରେ ଆଲୋଚନା ହେବା ସହିତ ସେହି ପିଲାମାନେ ଆହୁରି କେମିତି ଭଲ ପଢ଼ିବେ ତା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।ଛାତ୍ର ଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଫର୍ମ ପୂରଣ, କିଏ କେଉଁ ବିଷୟ ନେବ, କେଉଁ ବିଷୟ ସବୁ ଛାତ୍ର ଛାତ୍ରୀଙ୍କ ପାଇଁ ଆଗାମୀ ଉଚ୍ଚ ଶିକ୍ଷା ଗ୍ରହଣ ସମୟରେ କେତେ ପରିମାଣରେ ଆବଶ୍ୟକ ହେବ ଇତ୍ୟାଦି ବିଷୟରେ ଦୀର୍ଘ ଦୁଇ ଘଣ୍ଟା ଧରି ବିସ୍ତୃତ ଆଲୋଚନା କରାଯାଇଥିଲା ।