BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ବୌଦ୍ଧ, ୨୭/୮ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ / ରଞ୍ଜନ ପାତ୍ର): ବୌଦ୍ଧ ସଦର ବୁଟୁପାଲି ସ୍ଥିତ ରାଧା ମାଧବ ସେବା ଶ୍ରମ ଠାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ମହାସମାରୋହରେ ଗତକାଲି ଠାରୁ ଆରମ୍ଭ ହୋଇ ଆଜି ନନ୍ଦଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ସମାପନ ହୋଇଥିଲା l ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ଚାରି ପ୍ରହାର ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ, ସାଧୁ ସେବା, ଇତ୍ୟାଦି ରହିଛି l ଏହି କାର୍ଯ୍ୟକ୍ରମକୁ ରାଧା ମାଧବ ସେବାଶ୍ରମର ମୁଖ୍ୟ ବ୍ରହ୍ମଚାରୀ ଆଦିତ୍ୟ ଦାସ ପରିଚାଳନା କରିଥିବାବେଳେ ଆଶ୍ରମର ଶତାଧିକ ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ l lନନ୍ଦ ଉତ୍ସାବ ରେ ଅନେକ ସାଧୁ ସନ୍ଥ, ଭକ୍ତ ଯୋଗଦାନ କରିବା ସହିତ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଐତିହ୍ୟ, ପରମ୍ପରା, ସଂସ୍କୃତି ସହିତ ପରିବେଶ ସୁରକ୍ଷା ନିମନ୍ତେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମର ଉପକାରୀତା ଉପରେ ଆଲୋକପାତ କରିଥିଲେ l କୁନି କୁନି କଳାକାର ମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ସ୍ୱତନ୍ତ୍ର ଅତିଥି ଭାବେ ଡମ୍ବରୁଗଡ଼ ମଠର ମହନ୍ତ ସର୍ବେଶ୍ୱର ଦାସ, ଅନ୍ୟତମ ଅତିଥି ଭାବେ ସାଧୁ ବାବା କୁଞ୍ଜେଲ ଦାସ, ମୁଖ୍ୟବକ୍ତା ଭାବେ ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ଯୋଗ ଦେଇ ଉଦବୋଧନ ଦେଇଥିଲେ l ସାମାଜିକକର୍ମୀ ଦେବାଶିଷ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ ନୃତ୍ୟ ପ୍ରତିଯୋଗିତା କରାଯାଇ  ବିଜେତା କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା l ପ୍ରଣାମ ଅନୁଷ୍ଠାନର କୁନି କୁନି କଳାକାର ମାନେ ଅଭିନୟ କରିଥିଲେ l ଏଥିରେ ମାହେଶ୍ୱରୀ ଗୋଶାଳାର ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼, ସମ୍ପାଦକ କୃତ୍ତିବାସ ପଲିଆ ଉପସ୍ଥିତ ରହି ସହଯୋଗ କରିଥିଲେ l