ଖପ୍ରାଖୋଲ, ୧୮/୭ ପଶ୍ଚିମ ଓଡିଶା ବାର୍ତ୍ତା (ହେମସାଗର ସାହୁ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆ ପାଲି ଗ୍ରାମ ପଂଚାୟତ କପସୀ ପାଲି କୁଲତା ପଡା ରେ ଅଛି ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ I 250ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷା ଦାନ କରିବାକୁ ଅଛନ୍ତି 6ଜଣ ଶିକ୍ଷକ I ସ୍କୁଲ ରେ ବିଦ୍ୟାର୍ଥୀ ସଂଖ୍ୟା କୁ ଦେଖିଲେ ନାହିଁ ପର୍ଯ୍ୟପ୍ତ ପରିମାଣ ର ଶ୍ରେଣୀ ଗୃହ I ସ୍କୁଲ ରେ ମାତ୍ର 3ଟି ଶ୍ରେଣୀ କୋଠରୀ ଥିବା ବେଳେ ଗୋଟିଏ ଗୋଟିଏ କୋଠରୀ ରେ ତିନି ତିନିଟା ଶ୍ରେଣୀ ପିଲାମାନେ ପାଠ ପଢୁ ଥିବା ବେଳେ ଶିକ୍ଷା ଦାନ ବାଧାପ୍ରାପ୍ତ ହେବା ସହ ପିଲା ମାନଙ୍କୁ ବି ବାସିବାରେ ଅସୁବିଧା ହେଉଛି I ତା ସହିତ ମଧ୍ୟହ୍ନ ଭୋଜନ ପାଇଁ ରନ୍ଧା ଘର ଅବସ୍ଥା ସୋଚନୀୟ I ଭଙ୍ଗା ଘର ହୋଇଥିବା ରୁ ପାଣି ଗାଲୁଥିବା ବେଳେ ଅସ୍ୱାସ୍ଥ୍ୟ କାର ପରିବେଶ ରେ ଭୋଜନ ଖାଉଛନ୍ତି ବିଦ୍ୟର୍ଥୀ I କୋଠରୀ ଅଭାବ ରୁ ପିଲା ମାନେ ବାରଣ୍ଡା ରେ ପଢ଼ୁଥିବା ଦେଖିବାକୁ ମିଲୁଛି I ତିନିଟା କୋଠରୀ ରେ ପିଲା ସଂଖ୍ୟା ବେଶୀ ଥିବାରୁ ସ୍କୁଲ ରେ ନୂତନ କୋଠରୀ ନିର୍ମାଣ ସାଙ୍ଗ କୁ ମରାମତି ଅପେକ୍ଷା ରେ ଥିବା ରନ୍ଧା ଘର କୁ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି I ତାସହିତ ବିଦ୍ୟାଳୟ ରେ ସ୍କୁଲ ବାଡ଼ ନଥିବାରୁ ଗୋରୁ ଗାଈ ପଶି ଆସୁଥିବା ରୁ ବାଡ଼ ନିର୍ମାଣ ପାଇଁ ମଧ୍ୟ ଦାବି କରିଛନ୍ତି I ଏ ବିଷୟରେ ଖପ୍ରାଖୋଲ ବିଡ଼ିଓ ଙ୍କୁ ଏକ ଦାବି ପତ୍ର ମଙ୍ଗଳ ବାର ଦିନ ପ୍ରଦାନ କରାଯାଇଛି I