BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ପଦ୍ମପୁର, ୩୦/୬ (ପଶ୍ଚିମ ଓଡିଶା ବାର୍ତ୍ତା): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିଗାଁ ଠାରେ ପଲ୍ଲୀ ବିକାଶ ସମିତି ତରଫରୁ ସିଲେଇ ତାଲିମ କେନ୍ଦ୍ର ରେ 30ଜଣ ତାଲିମ ନେଇଥିବା ଓ ଶିକ୍ଷା ଲାଭ କରିଥିବାରୁ ସେମାନଙ୍କୁ କମିଟି ମାଧ୍ୟମରେ ସାଟିଫିକେଟ ପ୍ରଦାନ କରାଯାଇଥିଲା l କମିଟି ର ସମ୍ପାଦକ ଭୂମିସୁତା ମେହେର, ନିର୍ଦେଶକ ଅନନ୍ତ ପ୍ରଧାନ, ଉପ ନିର୍ଦେଶକ ସାଗର ମେହେର, ଭଗବତୀ ପ୍ରଧାନ, ଶିକ୍ଷୟିତ୍ରୀ ବାସନ୍ତୀ ବିଶ୍ୱାଳ ଙ୍କ ଉପସ୍ଥିତି ରେ ଛାତ୍ର /ଛାତ୍ରୀ ମାନଙ୍କୁ ସାଟି ଫିକେଟ ପ୍ରଦାନ କରାଗଲା l ଶେଷରେ ଛାତ୍ର/ଛାତ୍ରୀ କମିଟି ର କର୍ମକର୍ତ୍ତା ଓ ଶିକ୍ଷୟିତ୍ରୀ ଙ୍କୁ ଆହାର ପ୍ରକଟ କରିଥିଲେ l 90ଦିନ ର କାର୍ଯ୍ୟ ର ଫଳ ପାଇଛୁ ବୋଲି ମତ ପରିପ୍ରକାଶ କରିଥିଲେ l ଆଗାମୀ ଦିନରେ ପଲ୍ଲୀ ବିକାଶ ସମିତି ସହିତ ସବୁଦିନେ  ଯୋଡି ହୋଇ ରହିବୁ ବୋଲି ଶପଥ କରିଥିଲେ l