ଚିତ୍ରକୋଣ୍ଡା, ୨୮/୯ ପଶ୍ଚିମ ଓଡିଶା ବାର୍ତ୍ତା (ବଳରାମ ଦାସ): ଚିତ୍ରକୋଣ୍ଡା ବସଷ୍ଟାଣ୍ଡ ଭଗତ ସିଂ କ୍ଲବର ସଦସ୍ୟଙ୍କ ଦ୍ୱାରା ପାଳିତ ହୋଇଯାଇଛି ସହିଦ ଭଗତ ସିଂ ଙ୍କ ଜନ୍ମ ଦିବସ । ପ୍ରଥମ ଥର ପାଇଁ ସଦସ୍ୟଙ୍କ ଦ୍ୱାରା ଏହି ଜନ୍ମ ଦିବସକୁ ସ୍ମୃତିମୟ କରିବାକୁ ସ୍ଥିର କରାଯାଇଥିଲା । ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ବିଦେଶୀ ଗୌଡ଼ ଙ୍କ ଦ୍ଵାରା କେକ କଟା ଯାଇଥିଲା ଏବଂ ସମସ୍ତଙ୍କୁ ବଣ୍ଟା ଯାଇଥିଲା । ଭାରତ ମାତା କି ଜୟ, ଭଗତ ସିଂ ଜିନ୍ଦାବାଦ, ଭଗତ ସିଂ ଅମର ରହେ ନାରା ସମସ୍ତେ ଦେଇଥିଲେ । ସେଠାରେ ଚିତ୍ରକୋଣ୍ଡା ସମିତି ସଭ୍ୟ ରାଜକମଲ ପୁରୋହିତ, ସାମ୍ବାଦିକ ବନ୍ଧୁ ସତ୍ୟବାଦୀ ବେହେରା, ବଳରାମ ଦାସ ଉପସ୍ଥିତ ଥିଲେ । ପ୍ରଥମ ଥର ହୋଇଥିବା ଏହି କାର୍ଯ୍ୟକ୍ରମ ଟି ପାଇଁ ସଦସ୍ୟ ମାନେ ବହୁତ ଉତ୍ସାହିତ ଥିଲେ । ଭଗତ ସିଂ ଙ୍କ ଜୀବନୀ ଉପରେ ସମ୍ୟକ ଆଲୋଚନା କରାଯାଇଥିଲା । କ୍ଲବର ସଦସ୍ୟ ଦିଲ୍ଲୀପ ମାଛ, ସିଦ୍ଧୁ ବାଘ, ଶିବା ରେଡ୍ଡୀ, ଚନ୍ଦ୍ରଶେଖର ରେଡ୍ଡୀ, ଅଜୟ ସାହୁ, ଭିକି ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।