ଖପ୍ରାଖୋଲ, ୨୮/୯ ପଶ୍ଚିମ ଓଡିଶା ବାର୍ତ୍ତା (ହେମସାଗର ସାହୁ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ବୁଢିବାହାଲ ହାର୍ଦ୍ଦିକ କଲ୍ୟାଣ ମଣ୍ଡପ ଠାରେ ହରିଶଙ୍କର ମହିଳା କୃଷି ଉତ୍ପାଦ କମ୍ପାନୀର ଚତୁର୍ଥ ବାର୍ଷିକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ରେ କମ୍ପାନୀ ର ସଭାପତି ଇନ୍ଦୁ ସୁନା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ ଡା ସ୍ଵପ୍ନେଶ୍ୱର୍ ନାଏକ, ମୁଖ୍ୟ ବକ୍ତା ରୂପେ ଜୈବିକ କୃଷି ତାଲିମ ଦାତା ଅଭୟ ତ୍ରିପାଠୀ, ସମ୍ମାନିତ ଅତିଥି ରୂପେ ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମୀ ଶେଷଦେବ ମାଝୀ, ତାପସ ରଂଜନ ବେହେରା, ଉମାକାନ୍ତ ପ୍ରଧାନ, ଜ୍ୟୋତି ରଞ୍ଜନ ପଣ୍ଡା ହେମସାଗର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ମହିଳା ମାନେ ସବୁ କ୍ଷେତ୍ର ସଫଳ ହେଉଥିବା ବେଳେ ସଙ୍ଗଠିତ ହୋଇ କୃଷି ଉତ୍ପାଦନ କଲେ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବା ସହ ସଫଳ ହୋଇପାରିବେ ବୋଲି ଅତିଥି ମାନେ ମତପୋଷଣ କରିଥିଲେ। ମହିନାଥ ସୁନା ସ୍ବାଗତ ଭାଷଣ ଦେବାସହ ମଞ୍ଚ ପରିଚାଳନା କରିଥିବା ବେଳେ ବିକଳ୍ପ ର ପ୍ରୋଗ୍ରାମ ମ୍ୟାନେଜର ସୁରେଶ ବେହେରା ସଙ୍ଗଠନ ର ଆୟବ୍ୟୟ ପଠନ କରିଥିଲେ। ଯୋଗେନ୍ଦ୍ର ଦୀପ, ତପନ କଲାରୀ, ଜୟନ୍ତ ସାହୁ, ପ୍ରକାଶ ସାହୁ, ସରୋଜିନୀ ସାହୁ, ଗଣେଶ ଭୁଏ, ଗୌରାଙ୍ଗ ଭୋଇ, ସନ୍ତୋଷ ସିଂ ଠାକୁର ପ୍ରମୁଖ ସହଯୋଗ କରିଥିବା ବେଳେ ଲିଙ୍ଗରାଜ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।