ପଦ୍ମପୁର, ୯/୯ (ପଶ୍ଚିମ ଓଡିଶା ବାର୍ତ୍ତା): ସୋମବାର ରାତି ୮ ଟା ସମୟରେ ପଦ୍ମପୁର ର ସ୍ବେଚ୍ଛାସେବୀ ଅନୁଷ୍ଠାନ "ସହୟୋଗ" ର ସକ୍ରିୟ ସଦସ୍ୟ ଶ୍ରୀ ଶିବାଶିଷ ପଟ୍ଟନାୟକ ବଡ଼ ଭାଇ ଦେବାଶିଷ ପଟ୍ଟନାୟକ ଙ୍କ ସହ ନିଜସ୍ଵ କାମରେ ପାଇକମାଳ ଯାଇ ଫେରୁଥିବା ସମୟରେ ପଦ୍ମପୁର ପାଇକମାଳ ରାସ୍ତାର ବିଜାଡ଼ିହି ଛକ ନିକଟରେ ଦୁଇ ଜଣ ବାଇକ୍ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଡକାଇ ଉଭୟଙ୍କୁ ପଦ୍ମପୁର ସରକାରୀ ଡ଼ାକ୍ତରଖାନାକୁ ପହଞ୍ଚାଇଥିଲେ। ଏହି ଖବର ପାଇ ସହୟୋଗ ଅନୁଷ୍ଠାନ ର ଅନ୍ୟ ସଦସ୍ୟ ମାନେ ମଧ୍ୟ ଡାକ୍ତରଖାନା କୁ ଯାଇ ଆହତ ମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ ଏବଂ ସେଥି ମଧ୍ୟରୁ ଜଣେ ଗୁରୁତର ଆହତ ବ୍ୟକ୍ତି ଙ୍କୁ ବୁର୍ଲା ବଡ଼ ମେଡ଼ିକାଲ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଇଥିଲେ। ଆହତ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଇ ଜୀବନ ବଞ୍ଚେଇ ଥିବାରୁ ଏବଂ ନିଃସ୍ୱାର୍ଥପର ସେବା ମନୋଭାବ ପାଇଁ ଦୁହିଁ ଭାଇ ଶିବାଶିସ ପଟ୍ଟନାୟକ ଓ ଦେବାଶିଷ ପଟ୍ଟନାୟକ ଙ୍କୁ ଆହତ ଙ୍କ ପରିବାର ବର୍ଗ ଓ ବୁଦ୍ଧିଜୀବୀ ମହଲରୁ ବହୁତ ପ୍ରଶଂସା କରାଯାଇଛି।