BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ପଦ୍ମପୁର, ୨୯/୯ (ପଶ୍ଚିମ ଓଡିଶା ବାର୍ତ୍ତା): ଆଜି ସକାଳ ୧୦ ଘ. ସମୟରେ ସ୍ଥାନୀୟ ଗୋରୁବଜାର ଠାରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଶାକଦ୍ବୀପ ଦୈବଜ୍ଞ ବ୍ରାହ୍ମଣ ମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ ସମାରୋହରେ ସର୍ବ ପ୍ରଥମେ ସୂର୍ଯ୍ୟନାରାୟଣଙ୍କ ପୂଜା ବିଧିବଦ୍ଧ ଭାବରେ ହୋଇଥିଲା । ପଣ୍ଡିତ ନିତ୍ୟାନନ୍ଦ ପଣ୍ଡା ଙ୍କ ସଭାପତିତ୍ଵରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଶ୍ରୀ ଆଶୁତୋଷ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମାଜରେ ଶାକଦ୍ବୀପ ଦୈବଜ୍ଞ ବ୍ରାହ୍ମଣ ମାନଙ୍କର ସାମାଜିକ ସ୍ଥିତି ଉପରେ ଆଲୋଚନା କରିଥିଲେ । ଏହି ସଭାରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଶାକଦ୍ବୀପ ଦୈବଜ୍ଞ ବ୍ରାହ୍ମଣ ମହାସଙ୍ଘ ର ସଭାପତି ଶ୍ରୀ ବିନାୟକ ଗୁରୁ, ଈଶ୍ୱର ଚନ୍ଦ୍ର ଗୁରୁ, ରାଜିବ ନାୟକ, ଚୂଡ଼ାମଣି ଗୁରୁ, ଭୂତେଶ୍ୱର ଗୁରୁ, ତୁଳସୀ ପ୍ରସାଦ ମହାପାତ୍ର, ନିରଞ୍ଜନ ନାୟକ, କ୍ଷୀର ସାଗର ମହାପାତ୍ର, ଟିକେରାମ ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ  ପଦ୍ମପୁର ଶାକଦ୍ବୀପ ଦୈବଜ୍ଞ ବ୍ରାହ୍ମଣ ସାମାଜର ସମ୍ପାଦକ ଗଙ୍ଗାଧର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।