BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ସୁବର୍ଣ୍ଣପୁର, ୨୯/୯ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ସୁବର୍ଣ୍ଣପୁର ନିଉ ଟାଉନ୍ ହଲ୍ ଠାରେ ସ୍ବଚ୍ଛତା ସେବା ୨୦୨୪ ଅବସର ରେ ବ୍ଲକ୍ ସ୍ତରୀୟ ଚିତ୍ରାଙ୍ଗନ ପ୍ରତିଯୋଗୀତା ଅନୁଷ୍ଟିତ ହୋଇ ଯାଇଛି l ସୋନପୁର ବିଡ଼ିଓ ଶ୍ରୀ ସୌମ୍ୟ ରଞ୍ଜନ ସ୍ବାଇଁ ଏହି କାର୍ଯ୍ୟକ୍ରମ କୁ ଶୁଭ  ଉଦଘାଟନ କରି ସ୍ଵଚ୍ଛତା ସେବା ଉପରେ ଛାତ୍ର ଛାତ୍ରୀ ଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ଏ ଇ ଇ ବୈଜୟନ୍ତି କର୍ଣ୍ଣ, ଏ ବି ଡି ଓ ଶଶୀ ଭୂଷଣ ପ୍ରଧାନ ସଭା ଓ ପୁରସ୍କାର ବିତରଣୀ ଉତ୍ସବ ରେ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ସ୍ୱଚ୍ଛ ସମାଜ ଓ ସ୍ୱଚ୍ଛ ଭାରତ ବିଷୟ ବସ୍ତୁ କୁ ନେଇ ଚିତ୍ରାଙ୍ଗନ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିବା ବେଳେ ସହର ତଥା ଗ୍ରାମାଞ୍ଚଳ ର ବିଭିନ୍ନ ବିଦ୍ୟାଳୟ ରୁ ଶହେ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇ ଥିଲେ l ସବ୍ ଜୁନିଅର, ଜୁନିଅର ଓ ସିନିୟର୍ ବର୍ଗ ରେ ଏହି ପ୍ରତିଯୋଗୀ ମାନେ ପ୍ରତିଯୋଗୀତା ରେ ଭାଗ ନେଇ ଥିବା ବେଳେ ସୋନପୁର ଆର୍ଟ ସ୍କୁଲ୍ ର ଅଧ୍ୟକ୍ଷ ଆର୍ଟିଷ୍ଟ ଶ୍ୟାମ ସୁନ୍ଦର ମେହେର ଓ ଚୌଧୁରୀ ବିଭାର ବିଚାରକ ଭାବରେ ଏଥିରେ ଯୋଗ ଦେଇଥିଲେ l ସ୍କୁଲ ଶିକ୍ଷକ, ଅଭିଭାବକ, ଅଭିଭାବିକା ବୁଦ୍ଧିଜୀବୀ ସାମ୍ବାଦିକ, ସ୍ବଚ୍ଛ ଭାରତ କର୍ମକର୍ତ୍ତା ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କ ଚିତ୍ର ପ୍ରଦର୍ଶନ ରେ ମୁଗ୍ଧ ହୋଇଥିଲେ l  ବି ଆର୍ ସି ଵିବେକା ନନ୍ଦ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବ୍ଲକ୍ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l