BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ବୌଦ୍ଧ, ୨୯/୯ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ବିଶ୍ଵ ହୃଦୟ ଦିବସ ପାଳନ ହୋଇଯାଇଛି। ସାମ୍ପ୍ରତିକ ସମାଜରେ ଦିନକୁ ଦିନ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି l ଏହାକୁ ଦୃଷ୍ଟିରେ ରଖି ବିଶ୍ଵ ହୃଦୟ ଦିବସ ପାଳନ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଗଣିତ ଶିକ୍ଷକ ମନୋରଂଜନ ପ୍ରଧାନ, ବିଜ୍ଞାନ ଶିକ୍ଷୟିତ୍ରୀ ହେମବନ୍ତି ବାଘ, ମୀରାବାଇ ଧରୁଆ ଓ ଇଂରଜୀ ଶିକ୍ଷୟିତ୍ରୀ ଏମ୍ ମାଧୁରୀ ଦୋରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଶ୍ବ ହୃଦୟ ଦିବସର ମୂଲ୍ୟବୋଧ, ଇତିହାସ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।  ହୃଦରୋଗର କାରଣ ଓ ନିରାକରଣ ନିମିତ୍ତ ବିଭିନ୍ନ ବିଜ୍ଞାନ ସମ୍ମତ ପଦ୍ଧତି ବିଷୟରେ ଆଲୋକପାତ କରିଥିଲେ ଓ ଦୈନନ୍ଦିନ ଅତିକମ୍ ରେ ୩୦-୪୦ ମିନିଟ୍ ବ୍ୟାୟାମ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସୁସ୍ଥ ହୃଦୟରେ ସୁସ୍ଥ ମଣିଷ ହୋଇପାରିବ, ସ୍ୱାସ୍ଥ୍ୟ ହିଁ ସମ୍ପଦ ର ବାର୍ତ୍ତା ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ସାଧନ କର୍ମୀ ତଥା କଳା ଶିକ୍ଷକ ବନମାଳୀ ମେହେର ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ଶିକ୍ଷକ ଆଲୋକ ପରଡିଆ, ସତ୍ୟଜିତ ପଣ୍ଡା, ସରୋଜ ସାହୁ, ଦୁଷ୍ମନ୍ତ ବିଶ୍ଵାଳ, ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ, ସୁପ୍ରିୟା ପ୍ରିୟଦର୍ଶିନୀ ଓ କର୍ମଚାରୀ ନିଲିମା ପ୍ରଧାନଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।ପରିଶେଷରେ ଶିକ୍ଷକ ସୁଜିତ୍ କୁମାର ତରିଆ  ଧନ୍ୟବାଦ୍ ଅର୍ପଣ କରିଥିଲେ ।