BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

    ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ( ଜ୍ୟୋତିଷ ପ୍ରବୀଣ )

ଜ୍ୟୋତିଭବନ
ମୋ - 9938048300

ମେଷ - ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ବୃଷ - ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ସାହିତ୍ୟ ଓ ପ୍ରଯୁକ୍ତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଅନୁକୂଳ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ।

ମିଥୁନ - ନୂଆ କାମରେ ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ସନ୍ଧ୍ୟାରେ ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ।

କର୍କଟ - ବନ୍ଧୁ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

ସିଂହ - ଅନ୍ୟ ରାଜ୍ୟରେ ବେପାର କରିବାକୁ ଚାହୁଁଥିବା ବ୍ୟକ୍ତି କିଛି ଦିନ ଅପେକ୍ଷା କରିଯାଆନ୍ତୁ। ସ୍ବାସ୍ଥ୍ୟରେ ସମସ୍ୟା ଉତ୍ପନ୍ନ ହୋଇପାରେ। ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ।

କନ୍ୟା - ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତି ବ୍ୟସ୍ତ ରହିବେ। ସଠିକ୍ ତର୍କ ବଳରେ କାହାରିକୁ ବି ସହମତ କରାଇନେବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ତୁଳା - ଅଫିସ କାମ ସଂପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିବ। ଦୀର୍ଘ ଦିନରୁ ଲାଗି ରହିଥିବା ମକଦ୍ଦମାରେ ବିଜୟ ଲାଭ କରିବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ବିଛା - ଧର୍ମକାର୍ଯ୍ୟରେ ଅଧିକ ସମୟ ବିତିବ। ଇସ୍ପାତ ବ୍ୟବସାୟୀଙ୍କୁ ଲାଭ କମ୍ ମିଳିପାରେ। ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।

ଧନୁ - ଆପଣଙ୍କ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ବ୍ୟବସାୟ କାମରେ ଅନ୍ୟ ସ୍ଥାନକୁ ଯିବେ। ନିଜ ସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମକର - ଇଂଜିନିୟର ନିଜର ଅଭିଜ୍ଞତାକୁ ଠିକ୍ ଦିଶାରେ ପ୍ରୟୋଗ କରିବେ। ଉପାର୍ଜନ ଲାଗି ନୂଆ ଯୋଜନା ତିଆରି କରିବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ -  ଦାମ୍ପତ୍ୟ ସମ୍ବନ୍ଧକୁ ଉତ୍ତମ କରିବା ଲାଗି ଚେଷ୍ଟା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ହେବାର ଯୋଗ ରହିଛି। ଖେଳାଳିମାନଙ୍କ ଲାଗି ଦିନଟି ଭଲ।

ମୀନ - ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ, ଲାଭ ହେବ। ବିନା କାରଣରେ କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ।