ସୁବର୍ଣ୍ଣପୁର, ୩୦/୯ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ଭାରସାମ୍ୟ ହରାଇ ରାସ୍ତା କଡ ଘରକୁ ପଶି ଯାଇଥିବା ବେଲେନୋ (କାର)ଗାଡି ରୁ ମିଳିଲା ଗଞ୍ଜେଇ । ଯାହାର ନମ୍ବର OD 33Z 8757 । ଏହି ଘଟଣାରେ ପରିବାରର ଦୁଇ ଜଣ ଆହତ ହୋଇଥିଲେ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସଂସାମୁରା ଛକରେ ଗତକାଲି ଘଟଣାଟି ଘଟିଥିଲା l ଗତକାଲି ଭୋର୍ ସକାଳୁ ସୋନପୁର ପଟରୁ ବିନିକା ପଟକୁ ଦ୍ରୁତଗତିରେ ଆସୁଥିଲା ଉକ୍ତ ବେଲେନୋ କାରଟି l କାରରେ ଗଞ୍ଜେଇ ଥିବାରୁ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା । ଖବର ପାଇ ମହାଦେବପାଲି ଫାଣ୍ଡି ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ ଘଟଣା ସ୍ଥଳକୁ ଯାଇ ଉକ୍ତ କାରକୁ ଜବତ୍ କରିଥିଲେ l ମାଜିଷ୍ଟ୍ରେଟ ଭାବରେ ସୋନପୁର ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆଙ୍କ ଉପସ୍ଥିତିରେ ଗାଡିକୁ ଖୋଲାଯାଇ ଜବତ ହୋଇଥିବା ୧୧ ପ୍ୟାକେଟ ଗଞ୍ଜେଇ ଓଜନ କରିବାରୁ ତାହା ୧ କୁଇଣ୍ଟ।ଲ ୮୪ କେଜି ହୋଇଥିଲା l ଏ ନେଇ ପୁଲିସ ବିନିକା ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଏସଆଇ ସୁଜାତା ବୁଡେକ କରୁଛନ୍ତି । ଏହି ସମୟରେ ବିନିକାର ଭାରପ୍ରାପ୍ତ ଆଇଆଇସି ଭୋଜରାଜ ସା, ଏସଆଇ ଅନୀଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l