ଭୁବନେଶ୍ୱର/ବରଗଡ, ୧୨/୯ (ପଶ୍ଚିମ ଓଡିଶା ବାର୍ତ୍ତା): ବୁଧବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୋସିଆଲ ମିଡିଆ ରାଜ୍ୟ ସଂଯୋଜକ ଶ୍ରୀ ଉମାକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ବରେ ରାଜ୍ୟ ସୋସିଆଲ ମିଡ଼ିଆ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଓଡ଼ିଶା ପ୍ରଭାରୀ ଶ୍ରୀ ବିଜୟପାଲ୍ ସିଂ ତୋମାର୍ ଏବଂ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ମାନସ ମହାନ୍ତି ମାର୍ଗଦର୍ଶନ କରିଥିଲେ, ଏହି ବୈଠକରେ ସୋସିଆଲ ମିଡିଆ ଜରିଆରେ କେମିତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯିବ, ତା ଉପରେ ଆଲୋକପାତ କରାଯାଇଥିଲା, ସୋସିଆଲ ମିଡିଆ ମାଧ୍ୟମ ରେ କେମିତି ଦଳ ର ସାଂଗଠନିକ କାର୍ଯ୍ୟକଳାପ ର ପ୍ରଚାର ପ୍ରସାର ହେଇପାରିବ, ସେ ବିଷୟରେ ଚର୍ଚ୍ଚା ହେଇଥିଲା, ରାଜ୍ୟ ସହ ସଂଯୋଜକ ଶ୍ରୀ ଚିନ୍ମୟ କୁମାର ପଣ୍ଡା ଏବଂ ମାନସୀ ମଞ୍ଜରୀ ରାଏ ସୋସିଆଲ ମିଡିଆ କମିଟିର ଭବିଷ୍ୟତ କାର୍ଯ୍ୟପନ୍ଥା କ'ଣ ରହିବ ତାହା ପଦାଧିକାରୀଙ୍କ ସାମ୍ନାରେ ଉପସ୍ଥାପନ କରିଥିଲେ, ସଦସ୍ୟତା ଅଭିଯାନ ରେ ସୋସିଆଲ ମିଡିଆ କମିଟିର ଭୂମିକା ଉପରେ ଆଲୋକପାତ ମଧ୍ୟ କରାଯାଇଥିଲା, ଏ ବୈଠକରେ ରାଜ୍ୟ କୋର୍ କମିଟିର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।