ବୌଦ୍ଧ, ୧୩/୯ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜନଗହଳି ପୂର୍ଣ୍ଣ ପୁରୁଣାକଟକ ବଜାରରେ କାର ଦୁର୍ଘଟଣା ହୋଇଥିବା ଜଣାପଡିଛି l ଦୁର୍ଘଟଣା ରେ 2ମହିଳା ଓ ଏକ ନା ବାଳକ ଗୁରୁତର ହୋଇଛନ୍ତି l ଗୁରୁତର ଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଏପଟେ ପୋଲିସ ର ତଦନ୍ତ ଜାରି ରହିଛି l ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ରେ ପୁରୁଣାକଟକ ବଜାର ରେ ଥିବା ଏକ ଷ୍ଟିକରିଙ୍ଗ ଦୋକାନ ରୁ କାର ଟି ଷ୍ଟିକରିଙ୍ଗ କରି ଫେରିବା ସମୟରେ ନିକଟରେ ଥିବା ଏକ ସୁନା ଦୋକାନ ଭିତର କୁ ଭାରସାମ୍ୟ ହରାଇ ପଶି ଯାଇଥିଲା l ଫଳ ରେ ସୁନା ଦୋକାନ ନିକଟରେ ଥିବା ଏକ ଜନସେବା କେନ୍ଦ୍ର କୁ କିଛି ମହିଳା ହିତାଧିକାରୀ E-KYC କରିବାକୁ ଆସିଥିବା ଦୁଇ ମହିଳା ଓ ଏକ ନାବାଳକକୁ ଗାଡି ଧକ୍କା ଦେଇଥୁବାରୁ ତିନିଜଣ ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଗୁରୁତର ଙ୍କୁ ତୁରନ୍ତ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ଦୁର୍ଘଟଣା ଖବର ପାଇ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡି ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି l