ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ (ଜ୍ୟୋତିଷ ପ୍ରବୀଣ)
ଜ୍ୟୋତିଭବନ
ମୋ - 9938048300
ମେଷ - ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହିବାର ଆବଶ୍ୟକତା ଅଛି। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ।
ବୃଷ - ପୂର୍ବ ବ୍ୟବସାୟ ଚୁକ୍ତିରୁ ଅଚାନକ ଲାଭ ହେବ । ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା କରିପାରନ୍ତି।
ମିଥୁନ- ନୂଆ ଶକ୍ତିରେ ପୂର୍ଣ୍ଣ ରହିବେ। ବନ୍ଧୁ ଠାରୁ ଖୁସି ଖବର ଶୁଣିବାକୁ ପାଇବେ। ମହିଳାମାନେ ଅନଲାଇନରେ କିଣାକିଣି କରିବେ। ଶିକ୍ଷାର୍ଥୀଙ୍କୁ ଏକ ସାର୍ଥକ ପଥ ମିଳିବ।
କର୍କଟ - କାହାରି ସହ ଉଚ୍ଚ ସ୍ବରରେ କଥା ହୁଅନ୍ତୁ ନାହିଁ । ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ତିଆରି କରିବାକୁ ହେବ। ମହିଳାଙ୍କୁ ପରିବାରର ସାହାଯ୍ୟ ମିଳିବ।
ସିଂହ - ଛୋଟଛୋଟ କଥାରେ ଖୁସି ତଲାସ କରିବାର ଅବସର ପାଇବେ। ରାଜନୈତିକ ଲୋକଙ୍କର ମାନ ସମ୍ମାନ ବଢ଼ିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ।
କନ୍ୟା - ଯୋଜନା ତିଆରି କରିବା ଲାଗି ଭଲ ଦିନଟିଏ। ସଂଘର୍ଷ କରିବା ପରେ ନିଶ୍ଚୟ ସଫଳ ହେବେ। ଘରୋଇ ଚାକିରି କରୁଥିବା ଲୋକଙ୍କର ଦରମା ବୃଦ୍ଧି ଯୋଗ ଅଛି।
ତୁଳା - ଘର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଲୋକେ ଆପଣଙ୍କ ବ୍ୟକ୍ତିତ୍ବରୁ ପ୍ରେରଣା ନେବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
ବିଛା - ବନ୍ଧୁଙ୍କ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। କୋର୍ଟ କଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ଭାଇଙ୍କ ସହଯୋଗରେ ନୂଆ ବେପାର ଆରମ୍ଭ କରିବାକୁ ଭାବିପାରନ୍ତି।
ଧନୁ - ଆର୍ଥିକ ରୂପେ ସଫଳତା ପାଇବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଭବିଷ୍ୟତ ଲାଗି ଯୋଜନା ତିଆରି କରିବେ। ପ୍ରିୟବନ୍ଧୁଙ୍କ ସହ କଥା ହୋଇ ଭଲ ଲାଗିବ।
ମକର - ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ନିଶ୍ଚୟ ପାଇବେ। ପ୍ରିୟଜନଙ୍କ ଠାରୁ ସୁସମ୍ବାଦ ମିଳିବ।
କୁମ୍ଭ - ବାପା ମାଆଙ୍କ ସହଯୋଗରେ ଜୀବନରେ ଆଗକୁ ବଢ଼ିବେ। ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶଂସା କରିବେ।
ମୀନ - ଭାବିଚିନ୍ତି ବ୍ୟବସାୟରେ ଚୁକ୍ତି କରନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବାକୁ ହେବ।