ବଡ଼ବିଲ, ୨୯/୯ ପଶ୍ଟିମ ଓଡିଶା ବାର୍ତ୍ତା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଟୋଣ୍ଟ ଗ୍ରାମରେ ଆଜି ଏକ ଅମାନବୀୟ ଘଟଣା ସାମ୍ନା କୁ ଆସିଛି।ଆଜି ସକାଳ ୯ ଘଟିକା ରେ ଟୋଣ୍ଟ ଗ୍ରାମ ର ୱାର୍ଡମେମ୍ବର ବିଣାପାଣି ମୁଣ୍ଡା ଓ ତାଙ୍କ କିଛି ସାଥି ବୃଦ୍ଧା ମାନି ମୁଣ୍ଡା ଙ୍କ ରହୁଥିବା ଘରେ ପଶି ତାଙ୍କ ଜିନିଷ ପତ୍ର ଫୋପାଡ଼ି ତାଙ୍କୁ ଓ ତାଙ୍କ ପୁଅ ବୋହୂ ଙ୍କୁ ଘରୁ ତୋଡିଦେଇ ବଳପୂର୍ବକ ଭାବେ ତାଲା ପକେଇବାର ଦେଖିବାକୁ ମିଳିଛି। ମାନି ମୁଣ୍ଡା ଏବଂ ତାଙ୍କ ପରିବାର ଦୀର୍ଘ ୩୫ ବର୍ଷ ରୁ ଟୋଣ୍ଟ ରେ ରହିଆସୁଛନ୍ତି।ତେବେ ତାଙ୍କ ଘରର ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେ ସେ ତାଙ୍କ ପଡୋଶୀ ସ୍ବର୍ଗୀୟ ପାଣ୍ଡୁ ମୁଣ୍ଡାଙ୍କ ଘରେ ୧୦ ବର୍ଷ ରୁ ରୋହିଆସୁଛନ୍ତି।ପ୍ରକାଶ ଥାଉ କି ସ୍ବର୍ଗୀୟ ପାଣ୍ଡ ମୁଣ୍ଡା ଙ୍କୁ ବହୁତ ବର୍ଷ ପୂର୍ବରୁ ସରକାର ଆବାସ ଯୋଜନାରେ ସରକାରୀ ଜମିରେ ଏହି ଘରଟି ତିଆରି କରିଦେଇଥିଲେ।ପରବର୍ତ୍ତୀ ସମୟରେ ପାଣ୍ଡୁ ମୁଣ୍ଡା ଙ୍କ ଦେହାନ୍ତ ହୋଇଥିଲା ଏବଂ ତାଙ୍କ ର ଉତ୍ତରାଧିକାରୀ କେହି ନ ଥିବାରୁ ମାନି ମୁଣ୍ଡା ଏବଂ ତାଙ୍କ ପରିବାର ଦେହାନ୍ତ ର ପ୍ରାୟ ୧ ବର୍ଷ ପରେ ଗତ ୨୦୧୪ ରୁ ସେ ସେଠାରେ ରୋହିଆସୁଛନ୍ତି।ତେବେ ମାନି ମୁଣ୍ଡା ଙ୍କ ପୁଅ ଚୁମୁରୁ ମୁଣ୍ଡା ଏ ସମ୍ପର୍କରେ ବଡ଼ବିଲ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଦୋଷୀଙ୍କ ବିରୋଧ ରେ କିଛି କାର୍ଯ୍ୟନୁଷ୍ଠାନ ନେଇନାହାନ୍ତି।ମାନି ମୁଣ୍ଡା ଓ ତାଙ୍କ ପରିବାର ଅସହାୟ ବାସହରା ହୋଇ ଭୋକ ଉପାସ ରେ ବାହାରେ ଛିଡ଼ା ହୋଇରହିଥିଲେ । ଏଠି ପ୍ରଶ୍ନ ଉଠୁଛି ଯେ କାହା ନିର୍ଦ୍ଧେଶ ରେ ଏପରି ବଳ ପୂର୍ବକ ଘରୁ ବାହାର କରିଥିଲେ? ତେବେ ଏ ସମ୍ପର୍କରେ ତଦନ୍ତ କରୁଥିବା ପୋଲିସ ଅଫିସର ଙ୍କୁ ପଚାରିବାରୁ ସେ ମୂଖ୍ୟ ପ୍ରଶ୍ନ କୁ ଏଡାଇ କହିଛନ୍ତି ଯେ ଘଟଣା ସ୍ଥଳକୁ ଯାଇ ରାତି ରେ ବୁଝା ସୁଝା କରି ତାଲା ଖୋଲି ଦିଆଯାଇଛି ଏବଂ ବର୍ତ୍ତମାନ ୩ ମାସ ମାନି ମୁଣ୍ଡା ସେ ଘରେ ରହିବେ ।ଗ୍ରାମବାସୀଙ୍କ କହିବା ଅନୁଯାୟୀ ନର୍ଭେରାମ ନାମକ ଏକ ଖଣି କମ୍ପାନୀ ର ବେଆଇନ କାମ ବିରୋଧ ରେ ଚୁମରୁ ମୁଣ୍ଡା ଏବଂ ତାଙ୍କ ପରିବାର ସ୍ୱର ଉତ୍ତୋଳନ କରୁଥିବାରୁ କମ୍ପାନୀ ର କିଛି ମୁଷ୍ଟିମେୟ ଲୋକ ଏବଂ କିଛି ସମର୍ଥକ ହଇରାଣ କରିବା ଲକ୍ଷ୍ୟ ରଖୁଛି । ଯାହା ତଦନ୍ତ ସାକ୍ଷେପ ବୋଲି ଦାବିକରିଛନ୍ତି।