BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ବୌଦ୍ଧ, ୨୮/୯ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ସଦର କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କଣ୍ଟାମାଳ ତାଳୁକ ଆଇନସେବା ସମିତି ତରଫରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।  କଣ୍ଟାମାଳ ତାଳୁକ ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ଅଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ କୋର୍ଟର ବରିଷ୍ଠ ଦେୱାନି ବିଚାରପତି ତପନ କୁମାର ବେହେରା, କଣ୍ଟାମାଳ ଥାନା ଭାରପ୍ରାପ୍ତ ଅଧିକାରୀ ଭାବାନନ୍ଦ ପ୍ରଧାନ, ବରିଷ୍ଠ  ଆଇନଜିବୀ କୈଳାଶ ଚନ୍ଦ୍ର ବାରିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ମଞ୍ଚାସିନ ଅତିଥି ସାଇବର କ୍ରାଇମ, ଅନଲାଇନ ସଚେତନତା, ସାମାଜିକ ଗଣମାଧ୍ୟମର ଉପାଦେୟତା ଓ କ୍ଷତିକାରକ ସମ୍ବନ୍ଧରେ ଆଲୋକପାତ କରିଥିଲେ। କଣ୍ଟାମାଳ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନ ଆଇନ ସମ୍ପର୍କରେ ଜ୍ଞାନ ଆହରଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ତାଳୁକ  ଆଇନ ସମିତିର କର୍ମଚାରୀ ଜ୍ୟୋତିରଂଜନ  ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟକ ହେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପରିଶେଷରେ ଜୁନିଅର୍ ରେଡ଼କ୍ରସ୍ କାଉନସିଲର ତଥା କଳା ଶିକ୍ଷକ ବନମାଳୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ l