BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ପଦ୍ମପୁର, ୨୯/୯ (ପଶ୍ଚିମ ଓଡିଶା ବାର୍ତ୍ତା): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଉଦ୍ଘାଟନୀ ଉତ୍ସବ ର ମୁଖ୍ୟ ଅତିଥି ଭାବରେ    କଲେଜର ଅଧ୍ୟାପକ ଶ୍ରୀଯୁକ୍ତ ସନ୍ତୋଷ ସିଂ ଠାକୁର ଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳା କୁ ଉଦଘାଟିତ କରି ଶିଶୁ ଶିକ୍ଷା ର ସ୍ୱରୂପ ଓ ପାଠ୍ୟକ୍ରମ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ମାତୃ ଭାରତୀର ମାଆ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ମାର୍ଗ ଦର୍ଶନ କରିଥିଲେ । ସମାରୋପ କାର୍ଯ୍ୟକ୍ରମ ରେ ଶିକ୍ଷା ବିକାଶ ସମିତି ବିଦ୍ୱତ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂଷ୍ପାର୍ଚ୍ଚନା କରି ହିନ୍ଦୁ ଘରର ସଂକଳ୍ପନା ଓ ରୀତିନୀତି ବିଷୟରେ ବିଷଦ ଭାବରେ ଆଲୋକ ପାତ କରିଥିଲେ । ଗୀତା ଗୁରୁମା କାର୍ଯ୍ୟ କ୍ରମ ର ସଂଯୋଜନା କରିଥିବା ବେଳେ ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ଉଦ୍ଦେଶ୍ୟ କଥନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ୮ଟି କାଳାଂଶରେ ବିଭିନ୍ନ କ୍ରିୟାକଳାପ ରେ ଶିକ୍ଷା ଦାନ ଦିଆଯାଇଥିଲା ।ଉକ୍ତ କାର୍ଯ୍ୟ କ୍ରମରେ ଶିଶୁ ବାଟିକା ବିଭାଗର ୧୧୦ ଜଣ ମାଆ ମାନେ ଯୋଗଦେଇ ଥିଲେ ।ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।