BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ସୁବର୍ଣ୍ଣପୁର, ୩୦/୯ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଝୀମୁଣ୍ଡା ଗ୍ରାମ ର କଳ୍ପ ସୁନା ଙ୍କ ଦେହାନ୍ତ ଗତକାଲି (ରବିବାର 10 ଘଣ୍ଟା ସମୟ ରେ) ନିଜ ବାସଭବନ ରେ ଦେହାନ୍ତ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ 72 ବର୍ଷ ବୟସ ହୋଇଥିଲା l ସ୍ବର୍ଗତ କଳ୍ପ ସୁନା ଦୀର୍ଘ ଦିନ ହେବ କିଡ଼ନୀ ରୋଗ ରେ ପୀଡିତ ହୋଇ ନିୟମିତ ଭାବରେ ଔଷଧ ସେବନ କରୁଥିଲେ l ମୃତ୍ୟୁ ଶଯ୍ୟା ନିକଟେ ଜ୍ୟେଷ୍ଠ ପୁତ୍ର ତଥା ହରଡଖୋଲ ଗ୍ରାମପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ରାଜକୁମାର ସୁନା, ପଦ୍ମଲୋଚନ ସୁନା, ଦିଲୀପ ସୁନା, ନାତି ଅଭିଷେକ ସୁନା, ଝିଅ ସସ୍ମିତା ସୁନା, କାନ୍ତିଲାଲ ସୁନା, ଘୁନା ସୁନା ଓ ପୁତ୍ର ବଧୂ ମନ୍ଦାକିନୀ ନାଗ (ପୂର୍ବତନ ସୋନପୁର ବ୍ଲକ ଅଧ୍ୟକ୍ଷା) ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l ଜ୍ୟେଷ୍ଠ ପୁତ୍ର ରାଜକୁମାର ସୁନା ମୁଖାଗ୍ନି ଦେଇଥିଲେ l ଗ୍ରାମ ର ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା l କଳ୍ପ ସୁନାଙ୍କ ବିୟୋଗ ରେ ହରଡ଼ଖୋଲ ଗ୍ରାମପଞ୍ଚାୟତ ଓ ଆଖ ପାଖ ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି l