BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ନୂଆପଡ଼ା, ୩୦/୯ (ପଶ୍ଚିମ ଓଡିଶା ବାର୍ତ୍ତା): ନୂଆପଡ଼ା ଜିଲ୍ଲା ଖାଉଟି ଓ ଯୋଗାଣ ବିଭାଗ ଦ୍ଵାରା ବୋଡ଼େନ ଏବଂ ସିନାପାଲି ବ୍ଲକରେ ୱେଟ ମେସିନ ବଣ୍ଟନ କରାଯାଇଛି।ବୋଡ଼େନ ବ୍ଲକ କାର୍ଯ୍ୟାଳୟ  ଠାରେ ଏ ସି ଏସ ଓ ଥଣ୍ଡୁ ରାମ ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ, ଆସିଷ୍ଟାଣ୍ଟ ଟେକନିସିଆନ ନବୀନ ନାୟକ ଉପସ୍ଥିତ ରହି ବ୍ଲକର ୧୫ ଗୋଟି ପଞ୍ଚାୟତର ଯୋଗାଣ ସହାୟକ ମାନଙ୍କୁ ୱେଟ ମେସିନ ସହ ଇଲେକ୍ଟ୍ରୋନିକ୍ସ ପସ୍ ପ୍ରଦାନ କରିଛନ୍ତି ।ମେସିନ ଓ ଇ-ପସର ବ୍ୟବହାର କିପରି କରାଯିବ ତା'ରି ଉପରେ ନବୀନ ନାୟକ କିଛି ସମୟ ତାଲିମ ପ୍ରଦାନ କରିଥିଲେ ।ଠିକ୍ ସେହି ଭଳି ସିନାପାଲି ବ୍ଲକରେ ମଧ୍ୟ ଏ ସି ଏସ ଓ ଙ୍କ ସହ ଯୋଗାଣ ନୀରିକ୍ଷକ ଅଲେଖ ଭୋଇ ଉପସ୍ଥିତ ରହି ୱେଟ ମେସିନ ସବୁ ବଣ୍ଟନ କରିଛନ୍ତି ।ୱେଟ ମେସିନ ସହ ଇ - ପସ ସଂଯୋଗ କରାଯାଇ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ପ୍ରଦାନ କରିବା ପଛର କାରଣ କଣ ହୋଇଥାଇପାରେ । ଏହା ଦ୍ବାରା ବୋଧ ହୁଏ ସଠିକ୍ ମାପ ହେବାର ଆଶା କରାଯାଉଛି ।ଏବେ ଦେଖିବାକୁ ବାକି ରହିଲା କି ଚାଉଳ  ବ୍ୟାଗ ଗୁଡିକରେ ୫୦ କିଲୋଗ୍ରାମ ଅଛି କି ନାହିଁ ତାହା ପାଇଁ ସରକାର କେଉଁ ପଦକ୍ଷେପ ଗ୍ରହଣ କରିବେ । ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବରେ ସ୍ବାଗତ ଯୋଗ୍ୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।