BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ସୁବର୍ଣ୍ଣପୁର, ୨୯/୯ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ଭାରସାମ୍ୟ ହରାଇ ଘରକୁ ପଶିଗଲା ବେଲେନୋ (କାର)ଗାଡି । ଯାହାର ନମ୍ବର OD - 33 Z-  8757 । ଏହି ଘଟଣାରେ ପରିବାରର ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସଂସାମୁରା ଛକରେ ଘଟଣାଟି ଘଟିଛି  l ଆଜି  ଭୋର୍ ସକାଳୁ ସୋନପୁର ପଟରୁ ବିନିକା ପଟକୁ ଦ୍ରୁତଗତିରେ ଆସୁଥିଲା ଉକ୍ତ ବାଲେନୋ କାରଟି  l କାରରେ ନିଶା ଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି l ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ମହାଦେବପାଲି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି  ଉକ୍ତ କାରକୁ ଜଗିଥିଲା l ପରେ ବିନିକା ଥାନା ପୁଲିସ ପହଞ୍ଚି  ମାଜିଷ୍ଟ୍ରେଟଙ୍କ  ଉପସ୍ଥିତିରେ ଗାଡିକୁ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି l ପରିବାରର ଦୁଇଜଣ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନା କୁ ନିଆଯାଇଛି l ଅଧିକ ଅନୁସନ୍ଧାନ ଜାରି ରହିଛି l