BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

   ପଣ୍ତିତ ଆଶୁତୋଷ ପାଣିଗ୍ରାହୀ ( ଜ୍ୟୋତିଷ ପ୍ରବୀଣ )

ଜ୍ୟୋତିଭବନ
ମୋ - 9938048300

ମେଷ - ସାମାଜିକ କାର୍ଯ୍ୟରେ ସମୟ ଦେବେ। କିଛି ନୂଆ କାମ କରିବାର ଯୋଜନା କରିବେ। ସିନେ କଳାକାରଙ୍କୁ ଭଲ କାର୍ଯ୍ୟକ୍ରମରେ ସୁଯୋଗ ମିଳିପାରେ।

ବୃଷ - ପୂର୍ବରୁ କରିଥିବା କାମରେ ଲାଭ ପାଇବେ। ବନ୍ଧୁଙ୍କ ସାହାଯ୍ୟରେ ଆପଣଙ୍କର କୌଣସି ଯୋଜନା ସଫଳ ହେବ। ସମାଜରେ ମାନ ସମ୍ମାନ ମିଳିବ।

ମିଥୁନ: ବଡ଼ ଭାଇଙ୍କ ପରାମର୍ଶ ନେଇ ନୂଆ କାମ କରନ୍ତୁ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ବେପାରୀଙ୍କୁ ପ୍ରଚୁର ଲାଭ ମିଳିପାରେ। ପ୍ରେମ ସ˚ପର୍କ ନିବିଡ଼ ହେବ।

କର୍କଟ - ଅଫିସରେ ଦିନଟି ଭଲରେ କଟିବ। ଉପରିସ୍ଥ କର୍ମଚାରୀଙ୍କ ସହିତ କୌଣସି ବିଷୟରେ କଥାବାର୍ତ୍ତା ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ।

ସି˚ହ - ପ୍ରଭାବଶାଳୀ ଲୋକଙ୍କ ସହିତ ସ˚ପର୍କ ହେବ। କାମରେ ଏକାଗ୍ରତା ଯୋଗୁଁ ସଫଳ ହେବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

କନ୍ୟା - ଭାଗ୍ୟ ଆପଣଙ୍କ ସାଙ୍ଗରେ ରହିବ। ଆପଣଙ୍କର ରଚନାତ୍ମକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ। ବେପାର ସମ୍ପର୍କିତ କାମରେ ସହର ବାହାରକୁ ଯିବେ।

ତୁଳା - ଧାର୍ମିକ କାର୍ଯ୍ୟରେ ସମୟ ବିତିବ। କୌଣସି ଜରୁରୀ କାମରେ ସଫଳତା ପାଇବେ। ଛାତ୍ରମାନେ କୌଣସି ନୂଆ କୋର୍ସରେ ଯୋଗ ଦେଇପାରନ୍ତି ।

ବିଛା - ସବୁ ଲୋକଙ୍କ କଥା ଶୁଣିବାକୁ ଚେଷ୍ଟା କରିବେ। ଆପଣଙ୍କର ଭଲ କାମ ଦ୍ବାରା ଉଚ୍ଚ ଅଧିକାରୀ ପ୍ରଭାବିତ ହେବେ। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ।

ଧନୁ - ଅନ୍ୟମାନଙ୍କ ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ। ଭାବିଥିବା କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ। ସାହିତ୍ୟିକଙ୍କ ଲାଗି ଦିନଟି ଉତ୍ତମ।

ମକର - ନିଜର ଲୋକଙ୍କ ଠାରୁ ଅର୍ଥ ସମ୍ବନ୍ଧୀୟ ପରାମର୍ଶ ନେବେ। ବ୍ୟବସାୟିକ କାମରେ ବାହାରକୁ ଯିବେ। କିଛି ନୂଆ ଅନୁଭବ ପ୍ରାପ୍ତ କରିବେ।

କୁମ୍ଭ - ଇଷ୍ଟଦେବଙ୍କ ଆରାଧନା ଦ୍ବାରା ମନରେ ସକାରାତ୍ମକ ବିଚାର ଆସିବ। ଆପଣଙ୍କ କାମ ନେଇ ଚର୍ଚ୍ଚା ହେବ। ବନ୍ଧୁଙ୍କ ସହିତ ସ୍ମରଣୀୟ ଅନୁଭୂତି ହେବ।

ମୀନ - ଆପଣଙ୍କ ଆଖପାଖରେ ସୁଖଦ ପରିବେଶ ରହିବ। କିଛି ନୂଆ ଶିଖିବାର ସୁଯୋଗ ପାଇବେ। ବ୍ୟବସାୟ କାମ ପାଇଁ ବାହାରକୁ ଯିବାର ଯୋଜନା କରିବେ।