ପାଇକମାଲ, ୧୭/୦୮ (ପଶ୍ଚିମ ଓଡିଶା ବାର୍ତ୍ତା): ପାଇକମାଳ ମାଣ୍ଡୋସିଲ ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ଦୁର୍ଘଟଣା। ଲଉଡମାଳ ମହାମାୟା ପବ୍ଲିକ ସ୍କୁଲ ପାଖରେ ଘଟିଛି ଦୁର୍ଘଟଣା। ୧୦୮ଆମ୍ବୁଲେନ୍ସ ନ ଆସିବାରୁ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କାରରେ ନିଆଗଲା ଜାମସେଠ ସରକାରୀ ଡାକ୍ତରଖାନା।ମାଣ୍ଡୋସିଲ ପଞ୍ଚାୟତର ଢେଙ୍କିମୁଣ୍ଡା ଗ୍ରାମର ଗୁରୁତ୍ୱର ଅବିକେତନ ସାହୁ।ଅବିକେତନ ତାଙ୍କ ପରିବାର ସହ ବାଇକ୍ ଯୋଗେଁ ଯାଉଥିଲେ।ରାସ୍ତାରେ ଖାଲଢିପ ଥିବାରୁ ହୋଇଥିଲା ଦୁର୍ଘଟଣା।ଅବିକେତନ ଗୁରୁତ୍ୱର ଥିବାବେଳେ ସ୍ତ୍ରୀ, ଝିଅ ଓ କୁନି ପିଲା ହୋଇଛନ୍ତି ସାମାନ୍ୟ ଆହତ।
ପୂର୍ତ୍ତୁ ବିଭାଗ ବିଭାଗୀୟ ଅଧିକାରୀଙ୍କୁ ପାଇକମାଳ ରୁ ମଣ୍ଡୋସିଲ ପର୍ଯ୍ୟନ୍ତ ରାସ୍ତାର ଅବ୍ୟବସ୍ଥା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଗୁରୁତ୍ଵ ଦେଉ ନ ଥିବାରୁ ଦୁର୍ଘଟଣା ବଢୁଥିବା ବେଳେ ଦେଖାଦେଇଛି ବ୍ୟାପକ ଜନ ଅସନ୍ତୋଷ।