ସୁବର୍ଣ୍ଣପୁର, ୪/୮ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଲି ଅଙ୍ଗ ନଦୀ ବ୍ରିଜ ଉପରୁ ତଳକୁ ଖସି କୋଇଲା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି l ୨୬ ନମ୍ବର ଜାତୀୟ ରାଜପଥ ବରଗଡ ରୁ ବୋରିଗୁମ୍ମା ମୁଖ୍ୟରାସ୍ତା ଚେରୁପାଲି ଅଙ୍ଗନଦୀ ବ୍ରିଜ ଉପରୁ ଟ୍ରକ ର ଆଗ ଚକ ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି C.G.- 04-PL-8682 ନମ୍ବର ଥିବା କୋଇଲା ବୋଝେଇ ଟ୍ରକ। ଏହି ଟ୍ରକ ଛତିଶଗଡ ରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ଡ୍ରାଇଭର ଓ ହେଲପେର ସାମାନ୍ୟ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି ।