BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଭୁବନେଶ୍ବର, ୨୪/୮ (ପଶ୍ଚିମ ଓଡିଶା ବାର୍ତ୍ତା): ଦଶମ ଏସିଆନ ଟାଇକୋଣ୍ଡା ଚମ୍ପିୟାନସିପରେ ଭାଗନେଇ ଭାରତବର୍ଷ ପାଇଁ ଇତିହାସ ରଚିଲେ ପୂର୍ଣ୍ଣବ୍ରହ୍ମ ମୁଦୁଲି। ପୂର୍ଣ୍ଣବ୍ରହ୍ମ ମୁଦୁଲି ୬୦ କେ.ଜି ରେ ଭାଗନେଇ ପ୍ରତିଦ୍ବନ୍ଦିତା କରୁଥିବା ପ୍ରତିଯୋଗୀଙ୍କ ସହ ପ୍ରତିଯୋଗିତା କରି ଲଗାତାର ତୃତୀୟ ରାଉଣ୍ଡରେ ବିଜୟ ଲାଭକରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିଣିବା ସହ ଦେଶ ତଥା ଓଡ଼ିଶା ରାଜ୍ୟର ସମ୍ମାନକୁ ଉଚ୍ଚତର ସୋପାନରେ ପହଞ୍ଚାଇଛନ୍ତି। ପୂର୍ଣ୍ଣବ୍ରହ୍ମ ମୁଦୁଲିଙ୍କ ପ୍ରଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀପ୍ରସାଦ ନାୟକ ତୃତୀୟ ଡନଙ୍କ ବ୍ଲାକ ବେଲ୍ଟ ପାଖରେ ପ୍ରଶିକ୍ଷଣ ନେଉଥିଲେ।ଦିର୍ଘ ବର୍ଷ ହେଲାଣି ପୂର୍ଣ୍ଣବ୍ରହ୍ମ ମୁଦୁଲି ନିଷ୍ଠାର ସହିତ ଅକ୍ଲାନ୍ତ ପରିଶ୍ରମର ଫଳ ଦେଶ ପାଇଁ ଗର୍ବର ବିଷୟ ଅଟେ।ସେ କଳିଙ୍ଗ ଯୋଦ୍ଧା ଟାଇକୋଣ୍ଡା ଏକାଡେମୀର ପ୍ରଶିକ୍ଷକ ଲକ୍ଷ୍ମୀ ପ୍ରସାଦ ନାୟକ ବ୍ଲାକ ବେଲ୍ଟ ଡନ୍ ଙ୍କ ନିକଟରେ ପ୍ରଶିକ୍ଷଣ ନେଉଥିଲେ।୨୦୨୩ରେ ଜାତୀୟ ସ୍ତରରେ ଭାଗନେଇ ଶ୍ରୀ ପୂର୍ଣ୍ଣବ୍ରହ୍ମ ରୈାପ୍ୟ ପଦକ ହାସଲ କରିଥିଲେ ।୨୦୨୨ରେ ପୂର୍ବଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରି ଓଡ଼ିଶାର ମାନସମ୍ମାନକୁ ହାଇଦ୍ରାବାଦରେ ଉଚ୍ଚ କରିଥିଲେ।ଏସିଆନ ଟାଇକୋଣ୍ଡାରେ ସ୍ୱର୍ଣ୍ଣ ପଦକ ଜିଣିବା ସହିତ ଭାରତ ପ୍ରତିକ ଜାତୀୟ ପତାକାକୁ ସମ୍ମାନ ଜଣାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଏହି ଖେଳ ୧୯ ରେ ଆରମ୍ଭ ହୋଇଥିବାବେଳେ,୨୫ ତାରିଖରେ ସମାପନ ହେବ। ଶ୍ରୀ ପୂର୍ଣ୍ଣବ୍ରହ୍ମ ମୁଦୁଲି ଆଜି କଳିଙ୍ଗ ଯୋଦ୍ଧା ଟାଇକୋଣ୍ଡା ଏକାଡେମୀର ସମ୍ମାନକୁ ଉଚ୍ଚତର କରିବା ସ‌ହ ଓଡ଼ିଶା ତଥା ଭାରତବର୍ଷ  ସମ୍ମାନ ରକ୍ଷା କରି ପାରିଛନ୍ତି। ଆଜି  ଯେଉଁ ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି ଖବର ଜଣିପଡିଲା ପରେ ପରେ ବିଭିନ୍ନ ମହଲରୁ ପୂର୍ଣ୍ଣବ୍ରହ୍ମ ମୁଦୁଲିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଆଗାମୀ ଦିନରେ ପୂର୍ଣ୍ଣବ୍ରହ୍ମ ମୁଦୁଲି ଅଲମ୍ପିକରେ ଭାଗନେବା ପାଇଁ ଲକ୍ଷ ରଖିଛନ୍ତି ବୋଲି ତାଙ୍କ କୋଚ୍ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ଠାରୁ ପ୍ରକାଶ। ପୂର୍ଣ୍ଣବ୍ରହ୍ମ ହେଉଛନ୍ତି ଭୁବନେଶ୍ବରରେ ପ୍ରକାଶିତ ଦୈନିକ ତ୍ରୟ ଭାଷୀକ ସମ୍ବାଦପତ୍ର ବିଶ୍ୱବାଣୀର ସମ୍ପାଦକ ଶ୍ରୀମାନ ଅର୍ଜୁନ ମୁଦୁଲିଙ୍କ ଏକମାତ୍ର ଅଲିଅଳ ପୁତ୍ର।