BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ସୁବର୍ଣ୍ଣପୁର, ୧/୮ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା - ସୋନପୁର ମୁଖ୍ୟ ରାସ୍ତା ର ଗଣ୍ଡl ମେହେର ପୋଲ ନିକଟରେ ଆଜି ଏକ ପିକ୍ଅପ୍ ଗାଡ଼ି ପଛ ପଟରୁ ଏକ ବସ କୁ ଧକ୍କl ଦେଇଥିଲା l ଫଳରେ  ବସଯାତ୍ରୀ ଓ ପିକ୍ଅପ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ l ସୁଚନା ଅନୁସାରେ  ସୋନପୁର ପଟରୁ ବିନିକା ରାସ୍ତା ଦେଇ ସମ୍ବଳପୁର କୁ ଯାଉଥିବା OD- 15- B -5255 ଏକ ଘରୋଇ ବସ୍ ଏମ୍ ଟ୍ରାଭେଲ୍ସ କୁ ପଛ ପଟରୁ OR- 15- R-7898 ଏକ ମହେନ୍ଦ୍ରl ପିକ୍ଅପ୍ ଧକ୍କା ଦେଇଥିଲା l ଫଳରେ ବସ ରେ ଥିବା ଯାତ୍ରୀ ଏବଂ ପିକ୍ଅପ୍ ଗାଡ଼ି ର ଚାଲକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପିକ୍ଅପ୍ ଗାଡ଼ି ର ସାମ୍ନା ପଟ କିଛି ଅଂଶ ଭାଙ୍ଗି ଯାଇ ଛି l ବସ୍ ର ପଛ ପଟ ସାମାନ୍ୟ କ୍ଷତ ହୋଇଛି l ଖବର ପାଇ ଘଟଣା ସ୍ଥଳକୂ ବିନିକା ପୁଲିସ ପହଞ୍ଚି ପି କ୍ଅପ୍ ଗାଡ଼ି କୁ ଥାନା କୁ ନେଇ ତଦନ୍ତ ଜାରି ରଖିଛି l