ପଦ୍ମପୁର, ୧/୮ (ପଶ୍ଚିମ ଓଡିଶା ବାର୍ତ୍ତା): ଆଜି ପଞ୍ଚାୟତ କାର୍ଯ୍ୟାଳୟ ପୁରେନା ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପୁରେନା ଦ୍ଵାରା ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାରି ଦୀପକ କୁମାର ସାହୁଙ୍କର ଅଧ୍ୟକ୍ଷତା ରେ ପଞ୍ଚାୟତ ସ୍ତରୀୟ ଯକ୍ଷ୍ମା ସଚେତନତା ସଭା ଅନୁଷ୍ଠିତ କରାଗଲା। ଏହି ସଭାକୁ ଅତିଥି ଭାବରେ ଆସିଥିଲେ ପୁରେନା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଡଲି ବେହେରା । ପ୍ରଥମେ ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାରି ସମସ୍ତଙ୍କୁ ଯକ୍ଷ୍ମା ରୋଗର କାରଣ, ଲକ୍ଷଣ, ନିରାକରଣ ଏବଂ ଚିକିତ୍ସା ବିଷୟରେ ବୁଝାଇଥିଲେ । ବୀର ସୁରେନ୍ଦ୍ର ସାଏ ସ୍ପୋର୍ଟିଂ କ୍ଳବ୍ ବଗାଇଯୁରି ର ସଦସ୍ୟ ଚିରନ୍ତନ ବିଶ୍ଵାଳ, ଆନନ୍ଦ ସାହା, ମତିଲାଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନିଜ କ୍ଲବ ପାଣ୍ଠି ରୁ ଶୁଖିଲା ଖାଦ୍ୟ ପ୍ୟାକେଟ (ଅଟା, ତେଳ, ସୋୟାବିନ, ଡାଲି) ଯକ୍ଷ୍ମା ରୋଗୀ ମାନଙ୍କୁ ବଣ୍ଟନ କରିଥିଲେ ତେଣୁ ସେହି କ୍ଳବ୍ ର ସଦସ୍ୟ ମାନଙ୍କୁ ସରପଞ୍ଚ ଏବଂ ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାରି ପୁରେନା ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ଏକ ପଞ୍ଚାୟତ ସ୍ତରୀୟ ଯକ୍ଷ୍ମା ସଚେତନତା ରଥ କୁ ସରପଞ୍ଚ ଶ୍ରୀମତୀ ଡଲି ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଏହି ରଥ ପୁରେନା ପଞ୍ଚାୟତ ର ସମସ୍ତ ୫ ଖଣ୍ଡ ଗ୍ରାମ କୁ ଯାଇକି ଯକ୍ଷ୍ମା ରୋଗ ବିଷୟରେ ସଚେତନତା ବାର୍ତ୍ତା ପହଞ୍ଚାଇବ । ଏହି କାର୍ଯ୍ୟକ୍ରମ ରେ ପୁରେନା ଗ୍ରାମର ଆଶାକର୍ମୀ ସୁମତି ସୁନା, ଅଙ୍ଗନୱାଡ଼ି କର୍ମୀ ଲକ୍ଷ୍ମୀ ପାଣ୍ଡେ, ବିଜୟ ଲକ୍ଷ୍ମୀ ଭୋଇ ଉପସ୍ଥିତ ଥିଲେ ।