BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ସୁବର୍ଣ୍ଣପୁର, ୨୬/୮ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ସୁବର୍ଣ୍ଣପୁର ଜିଲ୍ଲା  ବିନିକା - ଗଣେଶପୁର ରାସ୍ତାର ହାଲକାଟିକ୍ରା ବୁଲାଣି ନିକଟରେ ଏକ ବୋଲେରୋ  ଧକ୍କାରେ ଜଣେ ବାଇକ ଆରୋହୀ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ  ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଘୁଡ଼କାଟିକ୍ରା ଗାଁ ର ଟଙ୍କଧର ନାଏକ (୫୬) ବୋଲି ଜଣାପଡିଛି। ସେହିପରି ତାଙ୍କ ସହିତ  ଥିବା ବରଗଡ଼ ଜିଲ୍ଲା ଭେଡେନ ଥାନା ଭାଙ୍ଗ କୁଦ ଗାଁ ର ସୁଶାନ୍ତ ଜଗଦଲା (୩୦) ଆହତ ହୋଇଛନ୍ତି। ବୋଲେରୋ ଧକ୍କା ଦେବା ପରେ ଉଭୟେ ବାଇକ ରୁ ଛିଟିକି ପଡ଼ିଥିଲେ । ଦୁର୍ଘଟଣା ଘଟାଇ ଉକ୍ତ ବାଲେରୋ ଟି ଫେରାର ମରିଥିଲା । ଉଭୟଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ସେଠାରେ ଟଙ୍କଧର କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୁଲିସ ଶବକୁ ଜବତ କରିବା ସହ ବ୍ୟବଛେଦ କରାଇଛି ଓ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ କରୁଛି।