BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ବଡବିଲ, ୫/୮ ପଶ୍ଟିମ ଓଡିଶା ବାର୍ତ୍ତା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଟାଟା ଡିଏଭି ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ କ୍ରିଷ୍ଣା ଭୂସାଲ୍(୪୦)ତାଙ୍କ ପୁଅ ନିକିତ ଭୂସାଲ୍ ଓ ଗଣେଶ ଶର୍ମା(୮) ସମସ୍ତ ମୃତକଙ୍କ ଘର ଯୋଡ଼ା ଥାନା ଆଜାଦ୍ ବସ୍ତି ଅଞ୍ଚଳରେ ବୋଲି ଜଣାଯାଇଛି। ମୃତ ଗଣେଶ ଶର୍ମା ୮ବର୍ଷ (କେଜି)ୱାନ ରେ ଆଜି ସକାଳେ କ୍ରିଷ୍ଣା ନିଜ ପୁଅ ସହ ପଡ଼ୋଶୀଙ୍କ ମିନିକ ଚନ୍ଦ୍ର ଶର୍ମା ପୁଅ ଗଣେଶଙ୍କୁ ବାଇକ ଯୋଗେ ସ୍କୁଲ ଛାଡ଼ିବାକୁ ଯାଉଥିଲେ।। ଯୋଡ଼ା ଥାନା ଟାଟା ଡିଏଭି ସ୍କୁଲ ନିକଟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୩ ଜଣଙ୍କୁ ଧକ୍କା ଦେଇଥିଲା। ପରେ ସମସ୍ତେ ତଳେ ଛିଟିକି ପଡ଼ି ଯାଇଥିଲେ। ପରେ ଟ୍ରକଟି ୩ ଜଣଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।