ସୁବର୍ଣ୍ଣପୁର, ୨୫/୭ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା - ସୋନପୁର ମୁଖ୍ୟ ରାସ୍ତା ର ଜାମଚ୍ଛାପର ନିକଟରେ ଏକ ଟ୍ରକ ଟେମ୍ପୋ କୁ ଧକ୍କା ଦେବା ଫଳରେ ୪ ଜଣ ମହିଳା ଗୁରୁତର ଆହତ ହୋଇଥିବା ବେଳେ ୨ ଜଣ ମହିଳା ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଆଜି ବିନିକା ଏନଏସି ଅଧିନସ୍ଥ ଭମରପାଲି ଗ୍ରାମର ୬ ଜଣ ମହିଳା ଜାମଚ୍ଛାପର ଗ୍ରାମରୁ ବିଲକାମ ତଳିରୁଆ ସାରି ନିଜ ଗ୍ରାମକୁ ଫେରୁଥିବା ବେଳେ ସୋନପୁର ପଟରୁ ଆସୁଥିବା OD -15 C 2084 ନମ୍ୱର ଟ୍ରକ୍ ଟି ଟେମ୍ପୋ ର ପଛପଟକୁ ଧକ୍କା ଦେବା ରୁ ଟେମ୍ପୋ ଟି ଯାଇ ମହିଳା ମାନଙ୍କୁ ଧକ୍କା ଦେଇଥିଲା l ଫଳରେ ମହିଳାମାନେ ଛିଟିକି ପଡ଼ିଥିଲେ l ଖାବର ପାଇ ଲୋକେ ଆମ୍ବୁଲାନ୍ସ ଯୋଗେ ମହିଳା ମାନଙ୍କୁ ବିନିକା ଡ଼ାକ୍ତରଖାନlରେ ଭର୍ତ୍ତି କରିଥିଲେ l ଜପ ଡାଙ୍ଗ ଙ୍କ ଡାହାଣଗୋଡ଼ ଭାଙ୍ଗି ଯାଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତର କରlଯାଇଥିବା ସୂଚନା ମିଳିଛି l ସମାରି ଚାଉଳିଆ, ନିଲେନ୍ଦ୍ରୀ ମେଶୁଆ, ଫଗୁଣି ସେଠଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନlକୁ ସ୍ଥାନାନ୍ତର କରାଯାଇଛି ଓ କୁମୁଦିନି ଦ୍ୱାରି, ବିମଳା ବଢାଇ ଙ୍କୁ ପ୍ରାଥମିକ ଚିକିତ୍ସା କଲାପରେ ଛାଡି ଦିଆ ଯାଇଛି l ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ପୁଲିସ ଜବତ କରି ତଦନ୍ତ ଜାରି ରଖିଛି l