BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

କେନ୍ଦୁଝର, ୩୦/୭ ପଶ୍ଟିମ ଓଡିଶା ବାର୍ତ୍ତା (ସୀତାରାମ ଦୀକ୍ଷିତ): ଦିଲ୍ଲୀ ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଓଡିଶା ଭବନ ଠାରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ବିଷୟରେ ଆଲୋଚନା ହୋଇଛି । ଏ ସମ୍ପର୍କରେ ସୂଚନା ଦେଇ ସାଂସଦ ଶ୍ରୀ ନାୟକ କହିଛନ୍ତି ଯେ,ସୋମବାର ଅପରାହ୍ନରେ କେନ୍ଦୁଝର ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବିସ୍ତୃତ ଭାବେ
ଆଲୋଚନା ହୋଇଛି । ସମସ୍ତ କ୍ଷେତ୍ରରେ କେନ୍ଦୁଝରର ବିକାଶ ପାଇଁ କିଭଳି କାର୍ଯ୍ୟ ହୋଇ ପାରିବ ତାହା ଏହି
ଆଲୋଚନାର କେନ୍ଦ୍ର ବିନ୍ଦୁ ରହିଥିଲା । କେନ୍ଦୁଝର ସଂସଦୀୟ ନିର୍ବାଚନ ମଣ୍ଡଳୀର ସ୍ଵାସ୍ଥ୍ୟ କ୍ଷେତ୍ର ସମେତ ଶିକ୍ଷା, ଗମନାଗମନ, ଖଣି ସମେତ ଅନେକ ବିଷୟ ଉପରେ ବିସ୍ତାର ପୂର୍ବକ ଆଲୋଚନା ହୋଇଛି । ଏହି ଅବସରରେ ଜିଲ୍ଲାରେ ଏକ ମେଗା ଷ୍ଟିଲ ପ୍ଲାଟ କିପରି ପ୍ରତିଷ୍ଠା ହୋଇ ପାରିବ ସେ ନେଇ ମଧ୍ୟ ବିଚାର ବିମର୍ଶ ହୋଇଛି । କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଥ‌ିବା ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ଶିକ୍ଷାର ସ୍ତରରେ କିପରି ସୁଧାର ଆସିବ, ସ୍ବାସ୍ଥ୍ୟ କ୍ଷେତ୍ରରେ କିଭଳି ଗୁଣବତ୍ତା ବଢିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । କେନ୍ଦୁଝର ଜିଲ୍ଲାରେ ରାସ୍ତାଘାଟ ସମ୍ପର୍କରେ ରହିଥ‌ିବା ସମସ୍ୟା ଓ ଏହାକୁ କିଭଳି ଦୂର କରାଯାଇ ପାରିବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି । କେନ୍ଦୁଝରର ଲୋକ ମାନେ କିଭଳି ସହଜରେ ନ୍ୟାୟ ପାଇ ପାରିବେ ଓ ପ୍ରଶାସନିକ ସ୍ତରରେ ସେମାନଙ୍କର ସମସ୍ୟାର ଶୀଘ୍ର ସମାଧାନ ହୋଇ ପାରିବ ସେ ନେଇ ମଧ୍ୟ ବୈଠକରେ ଚର୍ଚା ହୋଇଥିବା ସେ କହିଛନ୍ତି ।