ଭଟଲି, ୧୩/୭ ପଶ୍ଚିମ ଓଡ଼ିଶା ବାର୍ତ୍ତା (ରାଜେଶ କୁମାର ମିଶ୍ର): ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ସୁଲୁସୁଲିଆ ଗ୍ରାମରେ ଶନିବାର ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ରାଜକୁମାର ଭୁଏ ନିଜ ପିତାଙ୍କୁ ଏକ ବାଡ଼ିରେ ବାଡେଇ ବାଡେଇ ହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ ଗ୍ରାମର ଗୋଲବଦନ ଭୁଏ ବୋଲି ଜଣା ପଡିଛି । ଏନେଇ ଭଟଲି ଥାନା ପୋଲିସ ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗ କ୍ରମେ କେସ ନ ୨୧୩/୨୪ କ୍ରମେ ଭାରତୀୟ ନ୍ୟାୟ ସଂହିତା ୧୦୩(୨) ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି କରିବା ସହିତ ଅଭିଯୁକ୍ତ ପୁଅ ରାଜକୁମାରଙ୍କୁ ଗିରଫ କରିଛି । ଭଟଲି ଥାନା ଅଧିକାରୀ ବିଭୂତି ଭୂଷଣ ଦଳେଇ ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି । ପୋଲିସ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଘରୋଇ କଳହ ଯୋଗୁ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି ।