କୋଇଡା, ୨/୭ ପଶ୍ଟିମ ଓଡିଶା ବାର୍ତ୍ତା (ସୀତାରାମ ଦୀକ୍ଷିତ): ବଣାଇଁ ଉପଖଣ୍ଡର କେ ବଲାଙ୍ଗ ଥାନା ପୁରୁଣା ପାଣି ଗାଁରେ ଘଟି ଯାଇଛି ବିଭର୍ଶ ହତ୍ୟାକାଣ୍ଡ ଅଜାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି, ହତ୍ୟା ପରେ କଟା ମୁଣ୍ଡ ଧରି ବୁଲିଲା ଗାଁରେ ଅଭିଯୁକ୍ତ ନାତି। କେ ବଲାଙ୍ଗ ପୋଲିସ ସୂଚନା ପାଇ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ନାତିକୁ ଗିରଫ କରି ପଚରା ଉଚରା କରୁଥିବା ସହ ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି। ତେବେ ଗୁଣି ଗାରେଡ଼ି କୁ ନେଇ ଏଇ ଜଘନ୍ୟ ହତ୍ୟାକାଣ୍ଡ ହୋଇ ଥିବା ଅନୁ ମାନ କରୁଚି ପୋଲିସ।