ଖପ୍ରାଖୋଲ, ୩୦/୭ ପଶ୍ଚିମ ଓଡିଶା ବାର୍ତ୍ତା(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ଜୁରିଆ ରାସ୍ତା କାନଗାଁ କନଗାଁ ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଟ୍ରକ୍ ଧକ୍କାରେ ମୋଟର ସାଇକେଲ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ମୋଟର ସାଇକେଲ ଆରୋହୀ ଜଣକ ଧଣ୍ଡାମୁଣ୍ଡା ପଞ୍ଚାୟତ ମାଳପଡ଼ା ଗାଁ ର ବିଶିଷ୍ଟ ପୁରାଣ ଗାୟକ ବିପିନ ଶତପଥୀ (୫୦) ବୋଲି ଜଣାଯାଇଛି। ସୂଚନା ଅନୁସାରେ ଖପ୍ରାଖୋଲ ପଟରୁ ଜୁରିଆ ପଟକୁ ଯାଉଥିବା ଏକ ଖାଲି ଟ୍ରକ ଓଡି୨୬ବି୩୫୧୫ ସାମ୍ନା ପଟରୁ ଆସୁଥିବା ବାଇକକୁ ଧକ୍କା ଦେବା ଫଳରେ ରେ ବାଇକ୍ ଚାଳକ ଛିଟିକି ପଡ଼ି ରକ୍ତାତ ହୋଇଥିଲେ। ଏନେଇ ଖବର ପାଇ ଦୁର୍ଘଟଣା ସ୍ଥଳ ରେ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତର ମୋଟର ସାଇକେଲ ଆରୋହୀ ଙ୍କୁ ଖପ୍ରାଖୋଲ ଡାକ୍ତର ଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜଣାଯାଇଛି। ଏନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ଲୋକେ କ୍ଷତି ପୁରଣ ଦାବୀ କରିଥିଲେ। ଟ୍ରକ୍ ଘଟଣା ସ୍ଥଳରେ ଥିବା ବେଳେ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏନେଇ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ଙ୍କୁ ପଚାରିବାରୁ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଥାନାରେ ଅଟକ ଥିବା ପ୍ରକାଶ କରିଛନ୍ତି।