କେନ୍ଦୁଝର, ୩୧/୭ ପଶ୍ଟିମ ଓଡିଶା ବାର୍ତ୍ତା (ସୀତାରାମ ଦୀକ୍ଷିତ): ବୁଧବାର ଦିନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁଙ୍କୁ ସାକ୍ଷାତ କରିଥିଲେ ସାଂସଦ ଅନନ୍ତ ନାୟକ। ଏହି ସାକ୍ଷାତ ଅବସରରେ କେନ୍ଦୁଝରର ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପକୁ ଉଡାନ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିବା ସହିତ ତାଙ୍କୁ ଏ ବାବଦରେ ବିଧିବଦ୍ଧ ଭାବେ ଏକ ପତ୍ର ପ୍ରଦାନ କରିଛନ୍ତି କେନ୍ଦୁଝରର ସାଂସଦ ଶ୍ରୀ ଅନନ୍ତ ନାୟକ। କେନ୍ଦୁଝର ଜିଲ୍ଲା ଏକ ଶିଳ୍ପ ଭିତ୍ତିକ ଜିଲ୍ଲା ହୋଇଥିବାରୁ ଏହି ଏୟାର ଷ୍ଟ୍ରିପକୁ ଉଡାନ ଯୋଜନାରେ ସାମିଲ କରାଯାଇ ପାରିଲେ ଜିଲ୍ଲାରୁ ଗମନା ଗମନ ରେ ସହଜ ହେବା ସହିତ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କର କେନ୍ଦୁଝର ଜିଲ୍ଲା ରେ ଶିଳ୍ପ ପ୍ରତିଷ୍ଠା ରେ ଆଗ୍ରହ ବଢିବ। ସାଂସଦ ଏହି ପରି ଲଗାତାର ପ୍ରୟାସ ପାଇଁ ବୁଦ୍ଧିଜୀବୀ ମାନେ ଖୁସି ପ୍ରକାଶ କରୁଛନ୍ତି। ଜିଲ୍ଲାର ଏହି ଏୟାର ଷ୍ଟ୍ରିପ ଟି ଏୟାରପୋଟ ରେ ରୂପାନ୍ତରିତ ହୋଇପାରିଲେ ଜିଲ୍ଲାର ଆଗ୍ରଗତିରେ ଆଉଏକ ମାଇଲଷ୍ଟୋନ ଛୁଇଁବ କେନ୍ଦୁଝର।