BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଗ୍ରୋସ୍ ଇସଲେଟ୍‌: ସୋମବାର ଉତ୍ତର ଆମେରିକାର ସେଣ୍ଟ ଲୁସିଆର ଗ୍ରୋସ୍ ଇସଲେଟ୍‌ର ଡାରେନ ସାମ୍ମି କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ-୨୦ ବିଶ୍ୱକପର ୫୧ତମ ମ୍ୟାଚରେ ଗ୍ରୁପ୍-୧ର ସୁପର ୮ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି।

ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଟିମ୍ ଇଣ୍ଡିଆ ୫ ୱିକେଟ ହରାଇ ୨୦୫ ରନ୍ କରିଛି। ଫଳରେ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୨୦୬ ରନ୍ ରହିଛି।


ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ଧୂଆଁଧାର ବ୍ୟାଟିଂ କରି ୯୨ ରନ୍ କରିଥିବାବେଳେ ଋଷଭ ପନ୍ତ ୧୫ ରନ୍ କରିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୩୧ ରନ୍, ଶିବମ୍ ଦୁବେ ୨୮ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୨୭ ରନ୍, ରବିନ୍ଦ୍ର ଜାଡେଜା ୯ ରନ୍ କରିଥିଲେ।