କଲମପୁର, ୧୫/୬ ପଶ୍ଚିମ ଓଡିଶା ବାର୍ତ୍ତା (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ କଛାରପଡ଼ା ମାଁ ଲଙ୍କେଶ୍ବରୀ ଅଣ୍ଡର ୧୯ ନକ୍ ଆଉଟ୍ କ୍ରିକେଟ ପ୍ରତଯୋଗିତା ଉଦଯାପିତ ହୋଇଯାଇଛି। ପୋଟେସ ଗ୍ରାମର କଛାରପଡ଼ା ଯୁବପିଢି ଓ କ୍ରିକେଟ ପ୍ରେମୀ ମାନଙ୍କ ସହଯୋଗରେ ଅଞ୍ଚଳର ୧୬ ଟି କ୍ରିକେଟ ଦଳକୁ ନେଇ ଏହି କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଫାଇନାଲ ଖେଳ ଇଚ୍ଛାପୁର ଓ କଲମପୁର ମଧ୍ୟରେ ମ୍ୟାଚ ହୋଇଥିଲା। ଇଚ୍ଛାପୁର ଟଚ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭର ରେ ୮ ୱିକେଟ୍ ବିନିମୟରେ ୧୨୯ ରନ୍ ସଂଗ୍ରହ କରିଥିଲେ।ଏହାର ଜବାବ ରେ କଲମପୁର ଦଳ ୧୦ ଓଭର ରେ ୬ ୱିକେଟ୍ ବିନିମୟ ରେ ୧୧୦ ସଂଗ୍ରହ କରି ପାରିଥିଲେ। ମାଁ ଲଙ୍କେଶ୍ବରୀ ଅଣ୍ଡର ୧୯ ନକ୍ ଆଉଟ୍ କ୍ରିକେଟ ଟୁର୍ଣାମେଣ୍ଟ ପ୍ରଥମ ସିଜନ୍ ର ଚମ୍ପିୟାନ ଇଚ୍ଛାପୁର ହୋଇଥିଲେ।ଚମ୍ପିୟାନ ଇଚ୍ଛାପୁର ଦଳକୁ ୫,୦୦୦ ଟଙ୍କା ସହିତ ଟ୍ରଫି ଓ ରାନର୍ସ ଅଫ କଲମପୁର ଦଳକୁ ୩,୦୦୦ ଟଙ୍କା ଓ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଉକ୍ତ ଉଦଯାପିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ରାହାସ ରାଉତ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ସପୁର ସିଂ ଜାନୀ, ଚନ୍ଦ୍ର ଶେଖର ମାଝୀ, ଦୀନବନ୍ଧୁ ବେହେରା, ପ୍ରଭାସ ବାଗ, ମଦନ ପାନ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତାରେ ମେନ୍ ଅଫ ଦି ମ୍ୟାଚ ଭାବେ ଇଚ୍ଛାପୁର ଦଳର କାନ୍ନା ଓ ମ୍ୟାନ ଅଫ ଦି ସିରିଜ ଭାବେ ଇଚ୍ଛାପୁର ଦଳର ପ୍ରକାଶ ମନୋନୀତ ହୋଇ ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଭବାନୀ ଶଙ୍କର ସୁନାନୀ ଓ ଡମ୍ବରୁ ଧର ପାନ ଆମ୍ପିୟାର ରହି ଖେଲ ପରିଚାଳନା କରିଥିବା ବେଳେ ତୁଳାରାମ ପାନ ସ୍କୋରବୋର୍ଡ ଦାୟିତ୍ଵ ବହନ କରିଥିଲେ। ସେହିପରି ପୋଟେସ କଛାରପଡ଼ା ମାଁ ଲଙ୍କେଶ୍ବରୀ କ୍ରିକେଟ ଅନୁଷ୍ଠାନର ଧନଞ୍ଜୟ ବିଶ୍ୱାଳ, ହିରନ୍ କୁମାର, ପ୍ରେମ୍ ମାଳି, ରାହୁଲ ମାଳି, ଅଙ୍କିତ ରାଜପୁତ, ରାଜେଶ ମାଳି, ଇଛାମୟ ପୂଝାରୀ, ରାଜା ପୂଝାରୀ, ଟିକଚନ୍ ପୂଝାରୀ, ଉମେଶ ପୂଝାରୀ, ରମେଶ ପୂଝାରୀ ଙ୍କ ସମେତ ଅନୁଷ୍ଠାନର ସମସ୍ତ ସଭ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।