ନିର୍ବାଚନ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚର ର ଶେଷ ଦିନ ରେ ସହର ର ପ୍ରତେକ ୱାର୍ଡ କୁ ଯାଇ ଲୋକଙ୍କୁ ସିଧା ସଳଖ ଭେଟି ଭୋଟ ଭିକ୍ଷା କରିଥିଲେ l ଏହି ଶେଷ ଦିନ ରେ ବିଧାୟକ ପାର୍ଥି କେପଟେନ ମିଶ୍ର ନିଜ ପ୍ରଚାର କୁ ଜୋରଦାର୍ କରି ହାଟ୍ରିକ୍ ବିଜୟ ପାଇଁ ଭୋଟର ଙ୍କ ନିକଟତର ହୋଇଥିଲେ l ଜୁନାଗଡ ନିର୍ବାଚନ ମଣ୍ଡଳୀ ରେ ତିନି ପ୍ରମୁଖ ଦଳ ର ପାର୍ଥି ଭାବେ ନିର୍ବାଚନ ମୈଦାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି l କଂଗ୍ରେସ ରୁ ତୁଲେସ୍ଵର ନାଏକ, ବିଜେପି ରୁ ମନୋଜ ମେହେର୍ ଓ ବିଜେଡି ରୁ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର କଡା ଟକ୍କର ହେବା ସମ୍ଭାବନା ରହିଚି l ଏଥିନେଇ ବିଜେଡି ପାର୍ଥି କ୍ୟାପଟେନ୍ ମିଶ୍ର ନିଜ ସପକ୍ଷ ରେ ବିଭିନ୍ନ୍ ଗ୍ରାମାଞ୍ଚଳ ମାନଙ୍କ ରେ ନିଜ କର୍ମୀ ଓ ସମର୍ଥକ ମାନେ ଭୋଟ ପ୍ରଚାର କରିଥିବା ବେଳେ ଖୋଦ୍ ବିଧାୟକ୍ ପାର୍ଥି କ୍ୟାପଟେନ୍ ମିଶ୍ର ଶେଷ ନିର୍ବାଚନୀ ପ୍ରଚାର ଥିବାରୁ ସହରାଞ୍ଚଳ ରେ ଉପସ୍ଥିତ ହୋଇ ଫୋକସ୍ କରିଥିଲେ l ସହର୍ ର ୧୨ ଗୋଟି ୱାର୍ଡ ମଧ୍ୟ କୁ ଯାଇ ମାରାଥନ ପ୍ରଚାର କରିଥିବା ବେଳେ ସନ୍ଧ୍ୟା ରେ ସ୍ତାନୀୟ ନୂଆ ବସ୍ ଷ୍ଟାଣ୍ଡ ଠାରେ ସଙ୍ଖ ନାଦ ସଂକଳ୍ପ ସମାବେଶ କରି ନିଜ ପ୍ରଚାର କୁ ଶେଷ କରିଥିଲେ l ଏହି ସମାବେଶ ରେ ଉପସ୍ଥିତ ଜନସାଧାରଣ ଙ୍କୁ ନବୀନ୍ ସରକାରଙ୍କ ବିକାଶ ବାର୍ତ୍ତା ଦେଇ ଚଳିତ ନିର୍ବାଚନୀ ଇସ୍ତାହାର କୁ ଲୋକଙ୍କୁ ଅବଗତ କରି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ l ଏଥିସହ ନିଜ ସପକ୍ଷ ରେ ଓ ସଂସାଦ ପାର୍ଥି ଲମ୍ବୋଦର ନିଆଲ ଙ୍କୁ ଯୋଡି ଶଂଖ ରେ ଭୋଟ ଦେଇ ଜୟ ଯୁକ୍ତ କରିବାକୁ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଦଳୀୟ ସମର୍ଥକ ଦୂର୍ଗା ପ୍ରସାଦ ନାଏକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଧୀର ମେହେର୍, ବ୍ଲକ ଅଧ୍ୟକ୍ଷl ସବିତା ମେହେର୍, ଏନ୍ ଏ ସି ଉପାଧ୍ୟକ୍ଷା ହିଁମାଦ୍ରୀ ନାଏକ ସମସ୍ତ ପରିଷଦ ଅନେକ୍ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମ କୁ ନଗର୍ ସବାପତି ସତିସ ପ୍ରଧାନ ପରିଚାଳନା କରିଥିଲେ l