ପଦ୍ମପୁର, ୧୪/୫ (ପଶ୍ଚିମ ଓଡ଼ିଶା ବାର୍ତ୍ତା): ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ସ୍ୱାମୀଙ୍କ ରାଜନୈତିକ ସାରଥୀ ପାଲଟିଛନ୍ତି ସ୍ତ୍ରୀ l ଯାହା ବରଗଡ ଜିଲ୍ଲା ରାଜନୀତିରେ ଚହଳ ଓ ପରିବର୍ତନ ର ସ୍ୱର ଉଠୁଛି l ଜିଲ୍ଲାର ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ଙ୍କ ଧର୍ମପତ୍ନୀ ନିଜ ସ୍ୱାମୀ ପାଇଁ ଏହି କାର୍ଯ୍ୟ କରି ଚର୍ଚ୍ଚା ର ବିଷୟ ପାଲଟିଛନ୍ତି l ଶ୍ରୀ ସାହୁଙ୍କ ଧର୍ମ ପତ୍ନୀ ଜ୍ୟୋତିର୍ମୟୀ ସାହୁ ଆଜି ଘନାମାଲ ଗ୍ରାମରେ ଘର ଘର ବୁଲି ସ୍ଵାମୀ ଙ୍କ ସାରଥୀ ସାଜି ରାଜନୈତିକ ଯୁଦ୍ଧ ରେ ଧର୍ମ ସଂସ୍ଥାପନା ପାଇଁ ଭୋଟ ମାଗୁଛନ୍ତି। ଓଡ଼ିଶାରେ କଂଗ୍ରେସ ସରକାର ଆଣିବା ପାଇଁ ନିବେଦନ କରିବା ସହିତ ପଦ୍ମପୁର ରେ ନିଜ ସ୍ବାମୀଙ୍କୁ ହାତ ଚିହ୍ନ ରେ ବଟନ୍ ଦବାଇ ବିପୁଳ ସଂଖ୍ୟlରେ ବିଜୟୀ କରିବା ପାଇଁ ନିବେଦନ କରିଛନ୍ତି।ଜ୍ଞାନୀ ମହାପୁରୁଷ ଓ ପୌରାଣିକ ମତ, ଓଡିଶା ସଂସ୍କୃତି ର କଥାବସ୍ତୁ କୁ ଆଧାରରେ ଜଣେ ପୁରୁଷ ଶୀର୍ଷ ସ୍ଥାନରେ ବା ବିଜୟୀ ପାଇଁ ପଛରେ ଜଣେ ନାରୀର ହାତ ଥାଏ l ଏହି ପ୍ରଚାର ହଁ ବିଜୟୀ ର ଭବିଷ୍ୟ ଆଭାସ ବୋଲି ଜନତା ଜନାର୍ଦନ ଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରୁଛି l