BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ପଦ୍ମପୁର, ୮/୫ (ପଶ୍ଚିମ ଓଡିଶା ବାର୍ତ୍ତା): ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କ ମାରାଥନ୍ ପ୍ରଚାର ଆରମ୍ଭ ହୋଇଛି। ମଙ୍ଗଳବାର ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ସମାରପାଲି, ଦ. ନୂଆପାଲି, ସାରଙ୍ଗପୁର, ଘନାମାଲ, ଅମାମୁଣ୍ଡା, ବିସିପାଲି, ଢୋଲବନ୍ଦ, ନିମପଡା, ପଞ୍ଚଭାୟା, ଇତ୍ୟାଦି ଗ୍ରାମରେ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଗୁଡ଼ିକ ନେଇ ଲୋକଙ୍କ ପାଖରେ ପହଞ୍ଚି ଯୋଡ଼ି ଶଙ୍ଖରେ ଭୋଟ ଦେବାପାଇଁ ଭୋଟ ଭିକ୍ଷା କରିଛନ୍ତି। ତେବେ ବିଧାୟକ ପ୍ରାର୍ଥୀନୀ ବର୍ଷା ଙ୍କୁ ବିପୁଳ ଜନ ସମର୍ଥନ ମିଳୁଥିବା ବେଳେ କଂଗ୍ରେସ ଓ ବିଜେପି ଦଳଠାରୁ ପ୍ରଚାରରେ ମଧ୍ୟ ଆଗୁଆ ରହିଛନ୍ତି। ଆଜିର ପ୍ରଚାର ସମୟରେ ଜିଲ୍ଲା ପରିଷଦ ପୂର୍ଣ୍ଣିମା ରଣା, ଦହିଁଗା ପେକ୍ସ ସଭାପତି ମହେଶ୍ୱରପୁରୀ ଙ୍କ ସମେତ ଶତାଧିକ ଦଳୀୟ କର୍ମୀମାନେ ସାମିଲ ହୋଇଥିଲେ।