BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ପଦ୍ମପୁର, ୧୧/୫ (ପଶ୍ଚିମ ଓଡିଶା ବାର୍ତ୍ତା): ପାଇକମାଲ ବ୍ଳକ୍ କେଛୋଦାଦର ରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଯୁବନେତା ଭୋଜରାଜ ସିଂ ବରିହା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ମିଳନୀରେ ପାଇକମାଲ ବ୍ଳକ୍ ଅଧ୍ୟକ୍ଷା ଭାବନା ସିଂ, ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ରାଉତ, ଚିତ୍ତରଞ୍ଜନ ପ୍ରଧାନ, ପୂର୍ବତନ  ସରପଞ୍ଚ ଧବଳେଶ୍ଵର ସାହୁ ପ୍ରମୁଖ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନରେ ବର୍ଷା ସିଂ ବରିହା ତଥା ଲୋକସଭା ପ୍ରାର୍ଥୀନୀ ପରିଣିତା ମିଶ୍ର ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ଆହ୍ଵାନ ଦେଇଥିଲେ l ତେବେ ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟି ଥିଲେ ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କ ସ୍ଵାମୀ ସ୍ମୃତି ସୌରଭ ବଳିଆର ସିଂ l ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ପତ୍ନୀ 
 ଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ l ସ୍ମୃତି ସୌରଭ ଙ୍କୁ ପାଖରେ ପାଇ ଦଳୀୟ କର୍ମୀ ମଧ୍ୟ ବେଶ୍ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ପାଇକମାଲ ବ୍ଲକ ଯୁବ ବିଜେଡି ସଭାପତି ଗୌତମ ସିଂ ପରିଚାଳନା କରିଥିବା ବେଳେ ପଞ୍ଚାୟତ ର ସମସ୍ତ ଦଳୀୟ କର୍ମୀ ଙ୍କ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l