ଜୟପାଟଣା/କଳମପୁର, ୨୨/୫ ପଶ୍ଚିମ ଓଡିଶା ବାର୍ତ୍ତା (ଭୋଜରାଜ ଛତ୍ରିଆ): ସ୍ଵାମୀ ନ ଥିବା ର ସୁଯୋଗ ନେଇ ଦୁଷ୍କର୍ମ ର ଶିକାର ହେଲା ସ୍ତ୍ରୀ । ଗାଁ ରେ ଚର୍ଚ୍ଚା ପରେ ଥାନାରେ ଅଭିଯୋଗ କଲେ, ଲୋକ ଲଜ୍ଯା ସହିନପାରି ଆତ୍ମହତ୍ୟା କଲେ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଁଳାଭଟା ପଂଚାୟତ ଟିଙ୍ଗୋପଖାନ ଗ୍ରାମ ରେ ଉମା ମାଝୀ ଙ୍କ ସ୍ତ୍ରୀ ପୂର୍ଣମୀ ମାଝୀ ବୟସ (୨୫) ଗତ ୨୨/୦୪/୨୦୨୪ ରିଖ ଦିନ ଭୋଜି ଚାଲିଥିବା ସମୟରେ ତାଙ୍କର ଗ୍ରାମର ଅରୁଣ ମାଝୀ (୨୮) ସମ୍ପର୍କରେ ଦେଢ଼ସୁର ତାଙ୍କୁ କାମ ଅଛି କହି ଘର ଭିତରକୁ ଆସିବାକୁ କହିଥିଲେ । ଭିତରକୁ ଯିବା ପରେ ମୁଁହ ଓ ହାତ କୁ ଗାମୁଛା କପଡାରେ ବାନ୍ଧି ଜୋରଜବରଦସ୍ତ ଘର ପାଖ ଜଙ୍ଗଲକୁ ଟେକି ନେଇ ବଳାତ୍କାର କରିଥିଲା । ଯଦି ଏହି ବିଷୟରେ କାହାକୁ କହିଲେ ଜୀବନରୁ ମାରି ଦେବୀ ବୋଲି କହିଲା ପୂର୍ଣ୍ଣମୀ ମାଝୀ କାହାକୁ କିଛି ଜଣେଇ ନ ଥିଲେ l ଯାହା ଫଳରେ ଚର୍ଚ୍ଚା ହେବା ପରେ ସେ ଝିଅ ନିଜ ବାପ ଘରକୁ ଜାମଚୁଆଁ ଆସିଥିଲେ ।ମା ବାପା କୁ ଏବଂ ସ୍ଵାମୀକୁ କହିବା ପରେ ଗତକାଲି ଥାନା ରେ ଅଭିଯୋଗ କରିଥିଲେ, ହେଲେ ଆଜି ସକାଲେ ଲୋକଲଜ୍ଯା ସହିନପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।