ପାଇକମାଲ, ୧୬/୫ (ପଶ୍ଚିମ ଓଡିଶା ବାର୍ତ୍ତା): ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ପ୍ରାର୍ଥୀମାନଙ୍କ ପ୍ରଚାର କସରତ ସେତେ ଜୋରରେ ବୃଦ୍ଧି ପାଇ ଚାଲିଥିବା ବେଳେ ଗୋବର୍ଦ୍ଧନଙ୍କ ଭୋଟ ବ୍ୟବଧାନ ସେତେ ହ୍ରାସ ପାଇବାରେ ଲାଗିଛି।ଆଉ ଦିନ କେଇଟା ପରେ ଆରମ୍ଭ ହେବ ମତଦାନ। ସମସ୍ତେ ଯିଏ ଯେଉଁଠି ଥିଲେ ବି ଏହି ମହାନ ଗଣ ପର୍ବ ରେ ସାମିଲ ହେବା ପାଇଁ ନିଜ ଘରକୁ ଆସିଲେଣି। ବୁଡି ଅଞ୍ଚଳରେ ସମସ୍ତ ଦଳର ଘନ ଘନ ବୈଠକ ଚାଲିଛି। ବୁଡି ଅଞ୍ଚଳର ୩୨ ଖଣ୍ଡ ଗାଁ ର ଭୋଟ ପାଇବା ପାଇଁ ସମସ୍ତ ଦଳର ନେତା ଙ୍କ ନଜର ରହିଛି। ରାଜ୍ୟ ବିଜେପି ଯେତେବେଳେ ପଦ୍ମପୁର ବିଧାନସଭା ପାଇଁ ଗୋବର୍ଦ୍ଧନ ଭୁଏ ଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ସେ ଦିନ ଠାରୁ ଦିନ, ରାତି ଗୋବର୍ଦ୍ଧନ ଭୁଏ ମୁର୍ଦାବାଦ, ବୁଡି ଅଞ୍ଚଳ ମନା ବୋଲି ବୈଠକରେ ନାରା ବାଜି ଚାଲିଲା। ସୂଚନାଯୋଗ୍ୟ କିଛି ଦିନ ଆଗରୁ ସରେଇକେଲା ଗ୍ରାମ କୁ ନାମ ସଂକୀର୍ତ୍ତନ ଆଳରେ ବୁଡ଼ି ଅଞ୍ଚଳରେ ପ୍ରଚାର ପାଇଁ ପାଦ ଦେଇଥିଲେ।ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ଭାଇରାଲ ହେବା ପରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବା କୁ ମିଳିଥିଲା। ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ଗୋବର୍ଦ୍ଧନ ଭୁଏ ଙ୍କ ବିରୁଦ୍ଧରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଲଖମରା ଗ୍ରାମ ପରିକ୍ରମା କରିଥିଲେ। ଗତ ସୋମବାର ଦିନ ବୁଡ଼ି ଅଞ୍ଚଳରେ ବିଜେପିର ରୋଡ ସୋ ମଧ୍ୟ ହୋଇ ସାରିଛି। ବିଜେପିର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ରୋଡ଼ ସୋ କରିଛନ୍ତି। ବୁଡ଼ି ଅଞ୍ଚଳର ଧୂମାଭଟା, ଲଖମରା, ମହୁଲପାଲି, ସମ୍ବଲପୁରୀ, ଜଗଦଲପୁର ତଥା ଆଖପାଖ ଅଂଚଳର ବିଭିନ୍ନ ଗାଁରେ ରୋଡ଼ ସୋ ହୋଇଥିଲା। ଆମେ ସାଂସଦ ପ୍ରାର୍ଥୀ କୁନା ଙ୍କୁ ଭୋଟ ଦେବୁ ହେଲେ ଗୋବର୍ଦ୍ଧନ ଙ୍କୁ ଭୋଟ ଦେବୁନି ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ବୁଡ଼ି ଅଞ୍ଚଳରେ ଭୋଟ ଗୋଟାଇବାରେ ସଫଳ ହୋଇଥିଲା। ବୁଡି ଅଞ୍ଚଳ ବାସିନ୍ଦା ଯାହାକୁ ଭୋଟ ଦେଉଥିଲେ, ବର୍ତ୍ତମାନ ଏବେ ପୁରୋହିତ ସାଂସଦ ପ୍ରାର୍ଥୀ ହୋଇଛନ୍ତି, ଏବେ ଦେଖିବାକୁ ବାକି ରହିଲା ବୁଡି ଅଞ୍ଚଳ ବାସୀ କାହାକୁ ଦେଉଛନ୍ତି ଭୋଟ ? ? ?