BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ସୁବର୍ଣ୍ଣପୁର, ୨୬/୫ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ସରିଲା ନିର୍ବାଚନ l ଏବେ ଚାଲିଛି ଅଙ୍କ କଷା l ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଦୁଇଟି ବିଧାନସଭା ଆସନ ବୀରମହାରାଜପୁର (ସରଂକ୍ଷିତ) ଓ ସୋନପୁର ରେ ତ୍ରିମୁଖୀ ଲଢେଇ ହୋଇଥିବା ବେଳେ କିଏ ବିଜୟ ମୁକୁଟ ପିନ୍ଧିବ ତାହା କହିବା ମୁସ୍କିଲ l ସୋନପୁର ଓ ବୀରମହାରାଜପୁରରେ ତିନି ଦଳର ଦୃଢୋକ୍ତି ଆମେ ଜିତିବୁ l ଭୋଟ ସରିଲା, ବୀରମହାରାଜପୁର ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୨୦ତାରିଖ ଦିନ ମତଦାନ ହୋଇଥିଲା । କେତେକ ସ୍ଥାନରେ ଇଭିଏମ ଅଚଳ, ବାକ ବିତଣ୍ଡା କୁ ଛାଡ଼ିଦେଲେ ଏଠାରେ ଭୋଟଦାନ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି।ଏବେ କର୍ମୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସଭିଁଏ ଅଙ୍କ କଷିବାରେ ଲାଗିଛନ୍ତି ।କେତେ ଭୋଟରେ ପ୍ରତିଦ୍ବନ୍ଦୀ ମାତ ଖାଇବେ ସେନେଇ ଏବେ ସବୁ ପ୍ରାର୍ଥୀ ହିସାବ କିତାବ କରୁଛନ୍ତି ।କେତେକ ବୁଥ ରେ ମତଦାନ କୁ ନେଇ ଦ୍ଵନ୍ଦ ଓ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। କେଉଁ ଦଳର ପ୍ରାର୍ଥୀଙ୍କୁ କେଉଁଠୁ କେତେ ଭୋଟ ମିଳିବ, କେତେ ଭୋଟରେ ପ୍ରାର୍ଥୀ ବିଜୟୀ ହେବେ, ବିରୋଧୀଙ୍କ ଭିତରେ କିଏ ପ୍ରଥମ ହେବ, ସ୍ଵାଧୀନ ପ୍ରାର୍ଥୀଙ୍କ ସ୍ଥାନ କେଉଁ ନମ୍ବର ରେ ରହିବ, ଏପରି ନାନା ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ଭିତରେ ଉଙ୍କି ମାରୁଛି l ହାର ଜିତ ନେଇ ଜୋରଦାର ଆଲୋଚନା ହେଉଛି । ଚା ଖଟି ଠାରୁ ଆରମ୍ଭ କରି ପାନ ଦୋକାନ, କ୍ଲବ ଘର, ବିଭିନ୍ନ ଛକ ଏପରିକି ବିଭିନ୍ନ ସ୍ଥାନରେ ଲୋକ ଏକତ୍ର ହୋଇ ଚଳିତ ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳୁଛି । ଚର୍ଚ୍ଚା ଏପରି ହେଉଛି ଯେ ନିଜ ନିଜ ହାରିବା ଜିତିବା କୁ ନେଇ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳୁଛି ।ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ର ବିଜେଡ଼ି କର୍ମୀ ଦାବୀ କରୁଛନ୍ତି ଆମ ନେତା ପଦ୍ମନାଭ ବେହେରା  ନିଶ୍ଚୟ ବିଜୟୀ ହେବେ ଏବଂ ଚତୁର୍ଥ ଇନିଙ୍ଗସ ଆରମ୍ଭ କରିବେ । ବିଜେପି ସମର୍ଥକ ଓ କର୍ମୀ  ମୋଦି ଲହର ସାରା ଓଡ଼ିଶାରେ ରହିଥିବାରୁ ସେମାନେ ମଧ୍ୟ ଏଠାରେ ବିଜୟ ସୁନିଶ୍ଚିତ ବୋଲି ଆଶା ରଖିଛନ୍ତି । ଯେଉଁ ଆଡେ ପଚାରିବ ଭୋଟର ପଦ୍ମ ଫୁଲକୁ ଭୋଟ ଦେଇଥିବା କହୁଛନ୍ତି। ଅନ୍ୟ ପକ୍ଷରେ ମାଟିର ଛୁଆ ପ୍ରଦୀପ ସେଠୀ କଂଗ୍ରେସ ଦଳରୁ ପ୍ରଥମ କରି ନିର୍ବାଚନ ମୈଦାନରେ ଥିବାରୁ ତାଙ୍କ ପ୍ରତି ଭୋଟର ଙ୍କ ସହାନୁଭୂତି ଭୋଟ ଥିବା ଜଣାପଡେ l ସୋନପୁର ବିଧାନସଭା ରୁ ମଧ୍ୟ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ  ନିରଞ୍ଜନ ପୂଜାରୀ ଏଥର ମଧ୍ୟ ବିଜୟ ସୁନିଶ୍ଚିତ ବୋଲି ବିଜେଡି କର୍ମୀ କହୁଥିବା ବେଳେ ମୋଦି ଲହର ଓ ଭୋଟର ଏଥର ପରିବର୍ତ୍ତନ ଚାହୁଁଥିବା ଯୋଗୁଁ ସୋନପୁର ରେ ପଦ୍ମ ଫୁଟିବ ବୋଲି ବିଜେପି କର୍ମୀ ଓ ନେତା ଦୃଢୋକ୍ତି ପ୍ରକାଶ କରୁଛନ୍ତି l ଏପଟେ କଂଗ୍ରେସ ମଧ୍ୟ ଆଶା ରଖିଛି ସୋନପୁର ଆସନ ହାତେଇବା ପାଇଁ l ଏଥର ସୋନପୁର ବିଧାନସଭା ଆସନ ରୁ ଯୁବ ନେତା ପ୍ରିୟବ୍ରତ ସାହୁ ପ୍ରାର୍ଥୀ ହୋଇଛନ୍ତି l ସେ କିଛି ଯୁବ ଭୋଟ ମଧ୍ୟ ହାତେଇଥିବା ଆଶା ରେ ଅଛନ୍ତି l ସ୍ୱାଧୀନ ପ୍ରାର୍ଥୀନୀ ସୋନାଲି ବିଶି ସୋନପୁର ନିର୍ବାଚନ ମଣ୍ଡଳୀ ରୁ ଏଥର ପ୍ରତିଦ୍ବନ୍ଦିତା କରି ବିଜେଡି ଦଳ ର ନିଦ ହଜେଇଦେଇଥିବା ଦେଖିବାକୁ ମିଳିଥିଲା l ଘରକୁ ଘର ଯାଇ ନିଜ ସପକ୍ଷରେ ଭୋଟ ମାଗିଥିଲେ ସୋନାଲି ବିଶି l ସୋନାଲି ଙ୍କ ପ୍ରତି ମହିଳା ଭୋଟ ର ଆକୃଷ୍ଟ ହୋଇଥିବା ପ୍ରଚାର ସମୟରେ ଦେଖିବାକୁ ମିଳିଥିଲା । ତେଣୁ ଉଭୟ ବିଜେଡ଼ି/ବିଜେପି ପ୍ରାର୍ଥୀଙ୍କ ବିଜୟରେ କଂଗ୍ରେସ ପ୍ରାର୍ଥୀ କଣ୍ଟା ସାଜିବେ ଏବଂ ରାଜନୀତି ଅଭିଜ୍ଞତା କ୍ଷେତ୍ରରେ ଚକମା ଦେଖାଇ ପାରନ୍ତେ ବୋଲି ତାଙ୍କ କର୍ମୀ ମହଲରେ ଆଲୋଚନା  ହେଉଛି ।ସେ ଯାହା ବିହେଉ ଏଥର କମ ବ୍ୟବଧାନରେ ହେଲେ ମଧ୍ୟ ବିଜେଡ଼ି ଦଳର ବିଜୟ ହେବ ବୋଲି କର୍ମୀ ଆଶା ବାନ୍ଧିଛନ୍ତି ।ତେବେ ଆସନ୍ତା ଜୁନ ୪ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଚାଲିଥିବା ସବୁ ଅଙ୍କ ସ୍ୱଷ୍ଟ ହେବ l ସୋନପୁର ଓ ବୀରମହାରାଜପୁରରେ ତିନି ଦଳର ଦୃଢୋକ୍ତି ଆମେ ଜିତିବୁ l ଭୋଟ ସରିଲା, ଚାଲିଛି କର୍ମୀଙ୍କ ଅଙ୍କକଷା l ଦେଖାଯାଉ କଣ ହେଉଛି ଜୁନ 4 ତାରିଖ ରେ l