BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଝାରବନ୍ଧ, ୧୧/୫ (ପଶ୍ଚିମ ଓଡିଶା ବାର୍ତ୍ତା): ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ କଂଗ୍ରେସ ଅବତୀର୍ଣ୍ଣ କରିଥିବା ଶ୍ରୀମାନ ଟଙ୍କଧର ସାହୁ ଆଉ ବସି କି ନାହାନ୍ତି।ଖୁଲମଖୁଲା ପ୍ରତ୍ୟହ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ମାନଙ୍କୁ ଯାଇ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦେଇଥିବା ପ୍ରତିଶୃତି ଗ୍ୟାରେଣ୍ଟି କାର୍ଡ ସମ୍ପର୍କରେ ଘର ଘର ବୁଲି ଲୋକମାନଙ୍କୁ ସଚେତନତା କରିବାର ଦେଖିବାକୁ ମିଳୁଛି। ଯେଉଁ ଦିନ ଠାରୁ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କଲା ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ଦିବାରାତ୍ର ଏକାକାର କରି କର୍ମୀ ମାନଙ୍କୁ ଧରି ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଆଜି ଝାରବନ୍ଧ ବ୍ଲକର ଅମଠି, ତୁମୁରିପାଣୀ, ଅନାଦିବାହାଲ, ଟୁହୁଙ୍ଗିଦାଦର, ଏବଂ ବୈତାଳି ଗ୍ରାମ ନିର୍ବାଚନୀ ଅଭିଯାନରେ ବାହାରି ଲୋକଙ୍କ ସହ ମିଶି ତାଙ୍କ ଅସୁବିଧା ସମ୍ପର୍କରେ ବୁଝାବୁଝି କରିବା ସହ ହାତଚିହ୍ନ ଆପଣ ମାନଙ୍କର, ଆପଣମାନଙ୍କ ଆଶ୍ରିର୍ବାଦରେ ପଟ ପରିବର୍ତ୍ତନ ନିମିଷକେ ହୋଇ ପାରିଥାଏ। ଆପଣମାନଙ୍କ ସ୍ନେହ, ସନାନୁଭୂତି କୁ ପାଥେୟ କରି ମୁଁ ନିର୍ବାଚନୀ ମଇଦାନରେ ବାଜିମାତ କରିବି ବୋଲି ଆଶା କରୁଛି ବୋଲି ଆଶ୍ରିର୍ବାଦ ଭିକ୍ଷା କରିଥିଲେ।ଆଜିର ଏହି ପ୍ରଚାର ସମୟରେ ମୁଜାଫର ହୁସେନ ଙ୍କ ନେତୃତ୍ୱରେ ଅମଠି ଗ୍ରାମର  ଦିଲେଶ୍ୱର ବାଗ ,ହରିହର ବାଲାମ, ଏବଂ ଶକ୍ତି ଗ୍ରାମର ପୂର୍ବତନ ସମିତି ସଭ୍ୟ ସମେତ ଅନେକ ବିଜେଡି କର୍ମି ବିଜେଡି ଛାଡି କଂଗ୍ରେସ ଦଳରେ ଯୋଗଦେଇଥିଲେ।