ପାଇକମାଲ, ୧୧/୫ (ପଶ୍ଚିମ ଓଡିଶା ବାର୍ତ୍ତା): ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଠାରେ କଂଗ୍ରେସ ର ଏକ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ଟଙ୍କଧର ସାହୁ ଙ୍କ ନୀତି ଆଦର୍ଶ ଓ ବିକାଶଧାରାରେ ଅନୁପ୍ରାଣିତ ହୋଇ ଆଜି ପଞ୍ଚାୟତ ସଭାପତି ପରଖିତ ପ୍ରଧାନ ଙ୍କ ନେତୃତ୍ୱରେ ବିଜୁ ଯୁବ ବାହିନୀ ର ସଦସ୍ୟ ଅଜୟ ସିଂ ବରିହା, ରୀଙ୍କୁ ବରିହା, ନାରାୟଣ ନେଗି, ଦେଵର ସିଂ ବରିହା, ଲକୀ ପ୍ରଧାନ, ଦେବାଶିଷ ବାଗ, ଶ୍ରୀରାମ ବରିହା, ନବ ସିଂ ବରିହା, ଜିତୁ କୁଠି, ଜିତୁ ବନଛୋର, ଦୀପକ ବରିହା, ଛବିଲ ବରିହା, ଭୁସକା, ଘାସି ବରିହା, ରବି ବରିହା, ଗୋପାଳ ବନଛୋର, ଧନୁ ସିଂ ବରିହା ଙ୍କ ସମେତ ୨୦ ରୁ ଅଧିକ କଂଗ୍ରେସ ରେ ଯୋଗଦେଇଥିଲେ।ଏହି ଅବସରରେ ମହେନ୍ଦ୍ର ଖୁଣ୍ଟିଆ, ଅଶ୍ୱିନୀ ପଟେଲ, ନାମ ବରିହା ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ରହି ନୂତନ କଂଗ୍ରେସ କାର୍ଯ୍ୟକର୍ତା ମାନଙ୍କୁ ସ୍ୱାଗତ କରିଥିଲେ।