BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଖପ୍ରାଖୋଲ, ୬/୪ ପଶ୍ଚିମ ଓଡିଶା ବାର୍ତ୍ତା (ହେମସାଗର ସାହୁ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ବେଳପଡ଼ା ବ୍ଲକ ଗମ୍ଭାରୀ ଗାଁ ରୁ ସାଇକେଲ ଚୋରୀ କରିବା ଅଭିଯୋଗ ରେ ଖପ୍ରାଖୋଲ ଥାନା ପୋଲିସ କଂସାପଲା ଗାଁ ର ମୁନା କୁମ୍ଭାର (୧୯) କୁ ଶନିବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ଠାରୁ ତିନୋଟି ଚୋରୀ ସାଇକେଲ ଉଦ୍ଧାର ହୋଇଥିବା ଜଣାଯାଇଛି। ଅଭିଯୋଗ ଅନୁସାରେ ଗମ୍ଭାରୀ ଗାଁ ର ସୁରଥ ସାହୁ ନିଜ ଘର ସମ୍ମୁଖରେ ନିଜ ସାଇକେଲ ରଖିଥିବା ବେଳେ କେହି ଚୋରି କରିନେଇଥିଲେ। ପରେ ଖୋଜା ଖୋଜି ବେଳେ କଂସାପଲ ଗାଁ ର ମୁନା କୁମ୍ଭାର ଚୋରିକରିଥିବା ଜାଣି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ଅଭିଯୁକ୍ତ ମୁନାକୁ ଗିରଫ କରିବା ସହିତ ତିନୋଟି ସାଇକେଲ ଉଦ୍ଧାର କରିଥିବା ବେଳେ ଖପ୍ରାଖୋଲ ଥାନା କେସ ନମ୍ୱର୍ ୯୫/୨୦୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ପ୍ରକାଶ କରିଛନ୍ତି।