BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

କେନ୍ଦୁଝର, ୮/୪ ପଶ୍ଟିମ ଓଡିଶା ବାର୍ତ୍ତା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନୟାଗଡ଼ ଗ୍ରାମ ପଞ୍ଚାୟତ ଅଧିନସ୍ଥ କଟୁପାଲି ଗ୍ରାମ ର ରାଧାକୃଷ୍ଣ ୟୁଥ୍ କ୍ଳବ୍ ତରଫରୁ ଏକ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନ ହୋଇଥିଲା, ଏହି ଟୁର୍ଣ୍ଣାମେଣ୍ଟରେ ୧୮ ଟି ଦଳ ଅଂଶଗ୍ରହଣ କରିଥିଲେ, ଫାଇନାଲରେ କାଶିପାଳ (ରଜାବସା) ଚାମ୍ପିଅନ କପ୍ ସହ ନଗଦ ୩୦ହଜାର ଟଙ୍କା ଓ କୁଟୁଗାଁ (ଚିପିଣ୍ଡା) ରୋନର୍ସ କପ୍ ସହ ନଗଦ ୨୦ ହଜାର ଟଙ୍କା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭରତ ଚନ୍ଦ୍ର ସାମଲ ଙ୍କ ଠାରୁ ଗ୍ରହଣ କରିଥିଲେ, କ୍ଲବର ସମସ୍ତ ସଦସ୍ୟ ଓ ଉପଦେଷ୍ଟା କମିଟିର ସଦସ୍ୟ ଶ୍ରୀଯୁକ୍ତ ଅମ୍ବୁଜ ମଣି ବେହେରା, ଶ୍ରୀଯୁକ୍ତ ଦିଲ୍ଲୀପ ବେହେରା, ଶ୍ରୀଯୁକ୍ତ ଦୁଷ୍ମନ୍ତ ବେହେରା, ଶ୍ରୀଯୁକ୍ତ ନାରାୟଣ ବେହେରା, ଶ୍ରୀଯୁକ୍ତ କିର୍ତ୍ତନ ବେହେରା, ପୁରୁଷୋତ୍ତମ ବେହେରା, ପ୍ରତାପ ଦାସ, ପ୍ରଦୀପ ବାରିକ, ରସିକ ବାରିକ, ସୁବ୍ରତ ପଲେଇ ସହ ଅନ୍ୟମାନେ ସହଯୋଗ କରିଥିଲେ, କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀ ଅନନ୍ତ ବାରିକ ବିଶ୍ବମ୍ବର ବେହେରା, ଜିତୁ ବେହେରା, ରଞ୍ଜିତ ବେହେରା, ଅଜୟ ବାରିକ, ଲିଟୁ ବେହେରା ସହ ଅନ୍ୟମାନେ ମୁଖ୍ୟ ଦାୟିତ୍ଵ ଗ୍ରହଣ କରିଥିଲେ, ଶ୍ରୀ ଅମନ ବେହେରା, ମନୋଜ ବେହେରା, ଶ୍ରୀ ମନୋଜ ତନ୍ତୀ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ, ଶ୍ରୀ ଅଜିତ ବେହେରା, ଜିତୁ ବେହେରା, ଅଜୟ ବେହେରା, ସ୍କୋର ବୋର୍ଡ ଦାୟିତ୍ବରେ ରହିଥିଲେ, ଉଚ୍ଚ ପ୍ରଶଂସିତ ଭାଷ୍ୟକାର ଶ୍ରୀ ପରମେଶ୍ବର ପାତ୍ର ଓ ମନୋଜ ତନ୍ତୀ ଉପସ୍ଥିତ ଥିଲେ, ଉପଦେଷ୍ଟା କମିଟିର ଶ୍ରୀ ଅମ୍ବୁଜ ମଣି ବେହେରା ଖେଳାଳୀ ମାନଙ୍କୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଏହି ଖେଳକୁ ଆଗାମୀ ବର୍ଷ ଆହୁରି ଅଧିକ ଆକର୍ଷଣୀୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭରତ ଚନ୍ଦ୍ର ସାମଲ ଖେଳାଳୀମାନେ ସବୁଠାରେ ଓର୍ଗାନାଇଜ କରୁଥିବା କ୍ଲବ୍ ଗୁଡ଼ିକୁ ସହଯୋଗ, ଶୃଙ୍ଖଳା ଓ ଭାଇଚାରା ଭାବନେଇ ଖେଳିଲେ ସମସ୍ତ କ୍ଲବ୍ ଖେଳ କରିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ପରାମର୍ଶ ଦେଇଥିଲେ, ଶେଷରେ ଭାସ୍ୟକାର  ମନୋଜ ତନ୍ତୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଖେଳ ପରିସମାପ୍ତି କରିଥିଲେ।