BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ତୁଷୁରା, ୨୩/୪ (ପଶ୍ଚିମ ଓଡିଶା ବାର୍ତ୍ତା): ବଲାଙ୍ଗୀର ଜିଲ୍ଲା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମହୀପୁର ଗ୍ରାମର ଖେଳ ପଡ଼ିଆରେ ମହିପୁର ୟୁଥ୍ କ୍ଳବ୍ ଆନୁକୂଲ୍ୟରେ ପ୍ରଥମ ରାତ୍ରୀକାଳୀନ ସାତ ଜଣିଆ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଗ୍ରାମର ଅଧିଷ୍ଠାତ୍ରୀ ଦେବୀ କନ୍ଧେନ୍ ବୁଢ଼ୀଙ୍କ ଠାରେ ପୂଜାର୍ଚ୍ଚନା କରିବା ପରେ ଶୋଭାଯାତ୍ରା ସହ ମଶାଲ ଅଣାଯାଇ ତୁଷୁରା ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଅଜୟ ଜୟସ୍ୱାଲ ଙ୍କ କରକମଳରେ ଏହି ପ୍ରତିଯୋଗୀତା ଉଦଘାଟିତ ହୋଇଥିଲା । ଭୁବନେଶ୍ୱର (କିଶାନ ବ୍ରଦର୍ସ), କଣ୍ଟାମାଳ (ଫୁଟବଲ୍ ଏକାଡେମୀ), ୟୁଥ୍ କ୍ଳବ୍ ମହିପୂର, ୟୁଥ୍ ସ୍ପୋର୍ଟିଙ୍ଗ ବଲାଙ୍ଗିର ଦଳ କୁ ନେଇ ହୋଇଥିବା ପ୍ରଥମ ରାତ୍ରର ଖେଳର ସେମିଫାଇନାଲରେ ୧-୦ ସହ କଣ୍ଟାମାଳ ଦଳକୁ ହରାଇ ମହିପୂର୍ ଦଳ ଫାଇନାଲ୍ କୁ ପ୍ରବେଶ କରିଥିଲା । କଳାହାଣ୍ଡି (ମାଝୀ ବ୍ରଦର୍ସ),  ଆଗଲପୁର (ଇଲେଭେନ୍ ଷ୍ଟାର୍) ବଲାଙ୍ଗିର (ପ୍ରୋଗ୍ରେସିଭ କ୍ଲବ୍) ନୂଆପଡ଼ା (ଫଳସାପଡ଼ା) କୁ ନେଇ ହୋଇଥିବା ଦ୍ଵିତୀୟ ରାତ୍ରର ଖେଳର ସେମିଫାଇନଲରେ ୨-୧ ରେ ବଲାଙ୍ଗିର କୁ ହରାଇ କଳାହାଣ୍ଡି ଦଳ ଫାଇନାଲ ରେ ପ୍ରବେଶ କରିଥିଲା। ତୃତୀୟ ରାତ୍ରର ଫାଇନାଲ ଖେଳକୁ ପୂର୍ବତନ ଅଧ୍ୟକ୍ଷ ଅଶୋକ ଦୋରା ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ। ଫାଇନାଲ ଖେଳରେ କଳାହାଣ୍ଡି (ମାଝୀ ବ୍ରଦର୍ସ)ଦଳ ୨-୦ ଗୋଲ୍ ରେ ମହିପୁର (ୟୁଥ୍ କ୍ଲବ୍) କୁ ହରାଇ ଏହି ପ୍ରତିଯୋଗୀତାର ଶ୍ରେଷ୍ଠ ଦଳ ଭାବରେ ପୁରସ୍କୃତ ହୋଇଥଲା। ଶ୍ରେଷ୍ଠ ଖେଳାଳୀ ଭାବରେ ବିଶ୍ଵାଳ ମାଝୀ, ଇମର୍ଜିଂ ଖେଳାଳୀ ଭାବରେ ଯଶୋବନ୍ତ ଭୋଇ, ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳୀ ଭାବରେ  ପପୁ ମାଝୀ ଓ କଳାହାଣ୍ଡି ଦଳର ଗୋଳକିପର ଶ୍ରେଷ୍ଠ ଗୋଲ କିପର୍ ଭାବରେ ପୁରସ୍କୃତ କରାଯାଇଥିଲା । ଦେବାଶିଷ ବାଗ, ବିଜୟ ରଣା ଓ ରୋଷନ୍ ମେହେର ରେଫରି ଭାବରେ ଯୋଗଦେଇ ଏହି ପ୍ରତିଯୋଗୀତାର ସମସ୍ତ ଖେଳ କୁ ପରିଚାଳନା କରିଥିଲେ । ମହିପୂର୍ ୟୁଥ୍ କ୍ଲବ୍ ସଭାପତି ତ୍ରିନାଥ ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଉଦଯାପନୀ ସଭାରେ ଏକ୍ସ ଆର୍ମି ଜଗଜିବନ ଭୋଇ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧନମତ ବାରିକ, ସମାଜସେବୀ ପ୍ରଦୀପ କୁମାର୍ ସାହୁ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କୃତ କରିଥିଲେ । ୟୁଥ୍ କ୍ଳବ୍ ର ମାନସ, ଟିକୁ, ବବଲୁ, ଗିରିଧାରୀ, ମନିସ, ଯଦୁମଣି, ଜିତୁ, ଫକିର, ମୁରଲୀ, ବିଭୀଷଣ, ମନୋଜ, ଜିତୁ ଭୋଇ ଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିବା ବେଳେ ନୀଳାମ୍ବର ବିଶି ମ୍ୟାଚ୍ ବିବରଣୀ ପ୍ରଦାନ କରିଥିଲେ ।