ଖପ୍ରାଖୋଲ, ୨/୪ ପଶ୍ଚିମ ଓଡିଶା ବାର୍ତ୍ତା (ହେମସାଗର ସାହୁ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡା ମୁଣ୍ଡା ପଂଚାୟତ ମାଲପଡା ଗ୍ରାମ ର ଛତ୍ରପାଲ ମଲ୍ଲିକ (୬୮) ଙ୍କ ଗଳିତ ମୃତ ଦେହ ବନ୍ଦ କୋଠରୀରୁ ପୋଲିସ ଜବତ କରିଛି। ପୋଲିସ ପ୍ରାଥମିକ ତଦନ୍ତ ରୁ ହତ୍ୟା କରାଯାଇଥିବା ସନ୍ଧେହ କରିଛି । ଏନେଇ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।